ମାନନୀୟ ରାଜ୍ୟପାଳ, ଆପଣଙ୍କ କର୍ତ୍ତବ୍ୟ ପରାୟଣତାକୁ ଶତ ପ୍ରଣାମ 

0

ଅବ୍ୟକ୍ତ ଯନ୍ତ୍ରଣା ଭିତରେ ଦେଖାଇଦେଲେ କର୍ତ୍ତବ୍ୟ ଆଗ, ପରେ ପରିବାର ବା ବ୍ୟକ୍ତିଗତ ଜୀବନ  !!

ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ମହାମହିମ ରାଜ୍ୟପାଳଙ୍କ ପାଇଁ ଥିଲା ଅତି ଦୁଃଖର ଦିନ | ବାସ୍ତବିକ ସବୁଠାରୁ ଯନ୍ତ୍ରଣାର ମୁହୂର୍ତ୍ତ |  ଏତେ ଦିନର ଜୀବନ ସାଥି . ଧର୍ମପତ୍ନୀ ତଥା  ପ୍ରଥମ ମହିଳା ଶ୍ରୀମତୀ ସୁଶିଳା  ଦେବୀ ଆଜି ତାଙ୍କୁ ସବୁଦିନ ପାଇଁ ଛାଡ଼ିଦେଇ ଚାଲିଗଲେ | ପତ୍ନୀଙ୍କ ବିୟୋଗରେ ଯନ୍ତ୍ରଣା ଅସୀମ, କିନ୍ତୁ ସେପଟେ କର୍ତ୍ତବ୍ୟ ବା ଉତ୍ତରଦାୟିତ୍ଵର ଆହ୍ବାନ | ଅପୂରଣୀୟ କ୍ଷତିର ଯନ୍ତ୍ରଣା ଭିତରେ ମହାମହିମ ତାଙ୍କ କର୍ତ୍ତବ୍ୟରୁ ବିଚ୍ୟୁତ ହୋଇନଥିଲେ  |  ମାନ୍ୟବର ରାଜ୍ୟପାଳ 6 ଟି ବିଶ୍ୱବିଦ୍ୟାଳୟର ନୂତନ କୁଳପତିଙ୍କ ନିଯୁକ୍ତିକୁ  ଆଜି ନିଶ୍ଚିତ କରାଇଲେ  | ଖାଲି ହେବାକୁ ଯାଉଥିବା ବିଶ୍ୱ ବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ କଲେ | କାରଣ ବର୍ତ୍ତମାନର କୁଳପତିମାନଙ୍କ କାର୍ଯ୍ୟକାଳ ଶେଷ ହେବ ନଭେମ୍ବର ୩୦ ତାରିଖରେ | ସେମାନଙ୍କ କାର୍ଯ୍ୟକାଳ ଶେଷ ପୂର୍ବରୁ ନୂଆ କୁଳପତିଙ୍କ ନିଯୁକ୍ତି ହେବା ବାଞ୍ଚନୀୟ |  ନୂତନ ଭାବେ ନିଯୁକ୍ତ ହେଉଥିବା କୁଳପତି ମାନଙ୍କ ନିଯୁକ୍ତିକୁ  ଅତି କମରେ 7 ଦିନ ପୂର୍ବରୁ କରାଇଲେ ସେମାନେ ଯୋଗ ଦେବା ପାଇଁ ଅନ୍ତତଃ ହାତରେ ସେମାନଙ୍କ ସପ୍ତାହେ ସମୟ ରହିବ | ଏପରି ବିବେଚନା କରି ରାଜ୍ୟପାଳ ମହୋଦୟ କୁଳପତି ନିଯୁକ୍ତିକୁ ନିଶ୍ଚିତ କରାଇ ନିଜ କର୍ତ୍ତବ୍ୟପରାୟଣତାର ପ୍ରମାଣ ଦେଇଛନ୍ତି | 

ଆଜି ନିଯୁକ୍ତ ହୋଇଥିବା କୁଳପତି ମାନେ ହେଲେ  ପ୍ରଫେସର ଆପରାଜିତା ଚୌଧୁରୀ(ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ), ପ୍ରଫେସର ସବିତା ଆଚାର୍ଯ୍ୟ(ଉତ୍କଳ ବିଶ୍ୱବିଦ୍ୟାଳୟ), ପ୍ରଫେସର ଦିନାବାନ୍ଧୁ ସାହୁ (ଫକୀର ମୋହନ ବିଶ୍ୱବିଦ୍ୟାଳୟ ), ପ୍ରଫେସର ଏନ.ନାଗରାଜୁ(ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ), ପ୍ରଫେସର କିଶୋର କୁମାର ବାସା(ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ) ଏବଂ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଖଲିକୋଟ ବିଶ୍ୱବିଦ୍ୟାଳୟ  | ଓଡିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ, 2020 ଅନୁଯାୟୀ କୁଳପତି ମାନେ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ୪ ବର୍ଷ କୁଳପତି ଭାବେ କାର୍ଯ୍ୟ କରିବେ |  

 

Leave A Reply

Your email address will not be published.