ବେତରା ସମାଜ ପାଳିଲେ ନବଜାତ ଶିଶୁ ଯତ୍ନ ସପ୍ତାହ l

0

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ଭତରା ସ୍ଥିତ ବେତରାପଡାରେ ଆଜି ପାଳନ ହୋଇଛି ନବଜାତ ଶିଶୁ ଯତ୍ନ ସପ୍ତାହ। ମହିଳା ଆରୋଗ୍ୟ ସମିତି (ଭତରା) ବେତରାପଡା ପକ୍ଷରୁ ଆଜି ମଧ୍ୟାହ୍ନରେ  ଶିଶୁ ବଞ୍ଚିଲେ ଦେଶ ବଞ୍ଚିବ ଏଭଳି ନାରା ଦେଇ ଏକ ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା । ସ୍ଥାନୀୟ ଆଶା ସୌଦାମିନି ଦେହେରୀ ଓ ଅଙ୍ଗନୱାଡି କର୍ମୀ ଉର୍ମିଲା ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ଆୟୋଜିତ ହୋଇଥିବା ବେଳେ ସମିତିର ସଭାନେତ୍ରୀ ଶୋଭାଗିନି ଗୁରୁଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ଏକ ସଭାର ଆୟୋଜନ ହୋଇଥିଲା। ଏଥିରେ ୟୁଏମଏଚୟୁର ଆୟୁଷ ଡାକ୍ତର ରାଜାରାମ ଷଡଙ୍ଗୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶିଶୁ ରତ୍ନକୁ ଉଷୁମ ରଖିବା,କେବଳ ୬ ମାସ ମାଁଖିର,ସାବୁନରେ ହାତ ଧୋଇ ଶିଶୁଙ୍କୁ ଧରିବା ଓ ଖାଦ୍ୟ ଖୁଆଇବା,୬ ମାସ ପରେ ୩ ବର୍ଷ ପର୍ଯ୍ୟନ୍ତ କେବଳ ଘରୋଇ ଖାଦ୍ୟ ଖୁଆଇବା ଉପରେ ଗୁରୁତ୍ୱ ଦେଇ ସମାଜର ସବୁ ବର୍ଗ ଏହାକୁ ପାଳନ କଲେ ଆମ ଦେଶ ପ୍ରଗତିଶୀଳ ରାଷ୍ଟ୍ରରେ କେବଳ ପରିଣତ ହେବନି ବଂର ପ୍ରତି ପରିବାରରେ ଏକ ବିରାଟ ପରିବର୍ତ୍ତନର ପ୍ରତିବିମ୍ବ ଝଳସି ଉଠିବ ବୋଲି କହିଥିଲେ ।ଆୟୋଜିତ ସଭାରେ ମହିଳା ଆରୋଗ୍ୟ ସମିତିର ସଦସ୍ୟ,ପ୍ରସୂତି ମାଁ ମାନଙ୍କ ସହିତ ଗୀତାଞ୍ଜଳି ଘଡେଇ,ଅହଲ୍ୟା ଘଡେଇ,ମାଧବୀ ଘଡେଇ ପ୍ରମୂଖ ଉପସ୍ଥିତ ଥିଲେ । ଶେଷରେ ଉର୍ମିଲା ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।

           

Leave A Reply

Your email address will not be published.