ବୀମା କର୍ମଚାରୀ ସଂଘର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ। ବିଜେପି ସରକାରର ନୀତିକୁ କଟୁ ସମାଲୋଚନା। 

0 1

ଚଳିତ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚିତ। 

ଝାରସୁଗୁଡା:(ସୁଭାଷ ସହାରେ) : ଝାରସୁଗୁଡ଼ା ବୀମା କର୍ମଚାରୀ ସଂଘର ବାର୍ଷିକ ୪୬ତମ ସାଧାରଣ ସଭା ବେହେରାମାଳ ସ୍ଥିତ ଜୀବନ ଜ୍ୟୋତିି ଭବନ ଠାରେ ସଭାପତିି ଅରୁଣ ଚଇନିିଙ୍କ ଅଧ୍ୟକ୍ଷତାରେ ଗୁଗଲ ମିଟ୍ ଜରିିଆରେ ଅନୁଷ୍ଠିତ ହୋଇଯାଉଛିି। ସର୍ବ ପ୍ରଥମେ ସଂପାଦକ ବେଦବ୍ୟାସ ଭୋଇ ରିିପୋର୍ଟ ଉପସ୍ଥାପନ କରିିଥିଲେ। ତା`ପରେ ବାର୍ଷିକ ସଭାକୁ ଡିଭିଜନାଲ୍ ସଂଘ ତରଫରୁ ସାଧାରଣ ସଂପାଦକ ମନୋରଞ୍ଜନ ବିିଶି, ସାଙ୍ଗଠାନିକ ସଂପାଦକ-ଆଶିଷ ରଞ୍ଜନ ମାହାପାତ୍ର ଉଦବୋଧନ ଦେଇଥିଲେ। ଉକ୍ତ ସଭାରେ ଗାଦିିସୀନ ବିିଜେପି ସରକାରର ଅର୍ଥନୈତିିକ,ସାମାଜିିକ, ଶିକ୍ଷା,ଚିିକିିତ୍ସା ଓ ଅନ୍ୟାନ୍ୟ ନୀତିକୁ କଟୁ ସମାଲୋଚନା କରାଯାଇ ସରକାର ସବୁ କ୍ଷେତ୍ରରେ ଫେଲ ହୋଇଛି ବୋଲି ମତପ୍ରକାଶ ପାଇଥିଲା। ଏହିି ପରିିପେକ୍ଷୀରେ ଆସନ୍ତା ୨୬ ନଭେମ୍ବର ୨୦୨୦ରେ ଦିିନିିକିିଆ ଧର୍ମଘଟର ଆହ୍ବାନ ଦିିଆଯାଇଛିି। ଏହିି ଧର୍ମଘଟରେ ବ୍ୟାଙ୍କ,ବୀମା,ପୋଷ୍ଟଅଫିସ,ରେଲଓ୍ବେ ସହିିତ ୧୦୦ଟି ସ୍ବାଧୀନ ଫେଡରେସନ୍ ସାମିଲ ହେଉଛନ୍ତି। 

ଏହି ସଭାରେ ଚଳିତ ବର୍ଷ ପାଇଁ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଭାପତିି ରୂପେ ଅରୁଣ କୁମାର ଚଇନିି, ସଂପାଦକ ଭାବରେ ବେଦବ୍ୟାସ ଭୋଇ, କୋଷାଧ୍ୟକ ଭାବେ ଶଶିଭୁଷଣ  ସା ସର୍ବ ସମ୍ମତି କ୍ରମେ ନିିର୍ବାଚିିତ ହୋଇଥିଲେ । ଶେଷରେ ଗୋପୀନାଥ ମିଶ୍ର ଧନ୍ୟବାଦ ଅପର୍ଣ କରିିଥିଲେ।

Leave A Reply

Your email address will not be published.