ଏଟିଏମରୁ ଉଦ୍ଧାର ହେଲେ ଉତ୍ତର ପ୍ରଦେଶର ବ୍ୟକ୍ତି। ମାନସିକ ସନ୍ତୁଳନ ହରାଇ ବୁଲୁଥିଲେ। 

0 2

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତାରେ ଥିବା କୋଟି ମହିନ୍ଦ୍ରା ଏଟିଏମ ଶାଖାରୁ ଜଣେ ମାନସିକ ରୋଗୀଙ୍କୁ ସ୍ଥାନୀୟ ସ୍ବେଛାସେବୀ ସଂଗଠନ ମିଶନ ଆଶ୍ରା ଉଦ୍ଧାର କରିଛି। ପ୍ରଥମେ ନିଜର ପରିଚୟ ଦେଇ ନ ପାରୁଥିବା ବ୍ୟକ୍ତି ଜଣକ ଉତ୍ତର ପ୍ରଦେଶର ଦେୱରିଆ ଜିଲ୍ଲାର ବୋଲି ଜଣାପଡ଼ିଛି ।

ଝାରସୁଗୁଡ଼ା ସ୍ବେଛାସେବୀ ସଂଗଠନ ୟଙ୍ଗ ଷ୍ଟାରସ ଚେରିଟେବଲ ଟ୍ରଷ୍ଟର ସଭ୍ୟ ଏହି ବ୍ୟକ୍ତିଙ୍କୁ ଏଟିଏମ ମଧ୍ୟରେ ଶୋଇ ରହିଥିବା ଦେଖି ମିଶନ ଆଶ୍ରାକୁ ଖବର ଦେଇଥିଲେ। ହିନ୍ଦୀରେ କଥାବାର୍ତ୍ତା କରୁଥିବା ଉକ୍ତ ବ୍ୟକ୍ତିଙ୍କ ମାନସିକ ସନ୍ତୁଳନ ଠିକ ନ ଥିଲା ଓ ପାଦରେ ଘାଆ ହୋଇଯାଇଥିବାରୁ ସେ ଭଲଭାବରେ ଚଲାବୁଲା କରି ପାରୁ ନଥିଲେ। ତେଣୁ ଏଟିଏମ ହିଁ ତାଙ୍କର ଆଶ୍ରୟସ୍ଥଳୀରେ ପରିଣତ ହୋଇଥିଲା। ଖବର ପାଇ ମିଶନ ଆଶ୍ରାର ଆମ୍ବୁଲାନ୍ସ ପହଞ୍ଚି କ୍ବାରେନ୍ଟାଇନ୍ କେନ୍ଦ୍ରରେ ରଖିଛନ୍ତି। ତାଙ୍କର ଖାଦ୍ୟ ଓ ଚିକିତ୍ସାର ସମସ୍ତ ବ୍ୟବସ୍ଥା କରି ଦିଆ ଯାଇଛି ଏବଂ ସୁସ୍ଥତା ଲାଭ କରିବା ପରେ ପରିବାର ସହ ସଂପର୍କ କରି ତାଙ୍କ ଘରକୁ ଫେରିବାର ବ୍ୟବସ୍ଥା କରାଯିବ ବୋଲି ମିଶନ ଆଶ୍ରା ତରଫରୁ କହିଛନ୍ତି। 

ଏହି ଉଦ୍ଧାର କାର୍ଯ୍ୟରେ ପିପୁଲ୍ସ ଫୋରମ ପଶ୍ଚିମ ଓଡ଼ିଶା ଜୋନ ମୂଖ୍ୟ ସଞ୍ଜୟ ଜେଠି, ଆଶିଷ ସାମୁଏଲ, ୟଙ୍ଗ ଷ୍ଟାରସ ଚେରିଟେବଲ ଟ୍ରଷ୍ଟର ସଭାପତି ଇଂ ଅରବିନ୍ଦ ବାରିକ, ସାଧାରଣ ସମ୍ପାଦକ ଶଙ୍କର ସେଠୀ ସହାୟତା କରିଥିଲେ।

Leave A Reply

Your email address will not be published.