ସ୍ୱାମୀଙ୍କ ମୃତ୍ୟୁ ପରେ ଦୁର୍ବିସହ ଜୀବନ :ଟିକେ ଆଡ ନଜରରେ ଚାହିଁବେ କି ମୋ ସରକାର ଆଉ ଜିଲ୍ଲା ପ୍ରଶାସନ !!

0 1
  • 3 ପିଲାଙ୍କୁ ଧରି ବଞ୍ଚିବାର ରାହା ଖୋଜୁଛନ୍ତି-ଅନୁ ବରିହା

  • ନାହିଁ ମୁଣ୍ଡ ଗୁଞ୍ଜିବାକୁ ଘର, ରାସନ ସମୁଦ୍ରକୁ ସଙ୍ଖେ: ପର ହାତ ଟେକା ଉପରେ ନିର୍ଭର

ଝାରବନ୍ଧ -ମନୋହର ଦାଶ: ଦଇବ ସାଜିଛି ଦାଉ।ଦୁର୍ବି ଶ ହୋଇ ପଡିଛି ଜୀବନ।ସ୍ୱାମୀଙ୍କ ମୃତ୍ୟୁ ପରେ 3 ପୁଅ ଝିଅ ଙ୍କୁ ଧରି ବଞ୍ଚିବାର ରାହା ଖୋଜୁଛନ୍ତି ମହିଳା।ଏଭଳି ସ୍ୱର୍ଶ୍ୱ କାତର ଚିତ୍ର ଦେଖିବାକୁ ମିଳିଛି।ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଦ ବ୍ଲକ ଲଉଡିଦରହା ପଞ୍ଚାୟତ ଲଉଡିଦରହା ଗ୍ରାମରେ ପର ଘରେ ମୁଣ୍ଡ ଗୁଂଜିଥିବା ଅନୁ ବରିହା ଙ୍କ ସ୍ୱାମୀ ନୁରାଲାଲ ବରିହା କିଡନି ରୋଗରେ ପୀଡିତ ହୋଇ ଚିକିତ୍ସା ଭାବରୁ କିଛି ଦିନ ତଳେ ମୃତ୍ୟୁ ବରଣ କରିଥିଲେ ।ଲଉଡିଦରହା ରେ ମୂଳ ମଜୁରୀ ଲାଗି ପରିବାର ପେଟ ପୋଷୁ ଥିବା ନୁରାଲାଲ କିଡନୀ ରୋଗରେ ଆକ୍ରାନ୍ତ ପରେ ଅର୍ଥାଭାବରୁ ଚିକିତ୍ସିତ ହୋଇପାରିଲେନି।ରୋଗ ଶଯ୍ୟାରେ ପଡି ମୃତ୍ୟୁ ବରଣ କରିବା ପରେ ବିଧବା ସ୍ତ୍ରୀ ଅନୁ 3 ପିଲାଙ୍କୁ ପୋଷିବେ କେମିତି ସେହି ଚିନ୍ତା ରେ ପଡିଛନ୍ତି। ନା ଅଛି ମୁଣ୍ଡ ଗଞ୍ଜିବାକୁ ଘର ନା ଅଛି ଖାଇବାକୁ ଦୁଇ ଓଲି ଦୁଇମୁଠା ଦାନା।ଏଭଳି ପରିସ୍ଥିତିରେ ପର ଘରେ ମୁଣ୍ଡ ଗୁଞ୍ଜିବା ସହ ପର ହାତ ଟେକା ଉପରେ ନିର୍ଭର କରିବା ଛଡା ଆଉ କିଛି ଉପାୟ ନାହିଁ ଏହି ଅସହାୟ ପରିବାର ପାଖ ରେ ।ଆନୁଙ୍କ 3 ପୁଅ ଝିଅ ମଧ୍ୟରୁ ୨ଝିଅ ଓ ଗୋଟିଏ ପୁଅ ।ସ୍ୱାମୀ ଚାଲିଗଲେ ସିନା ଛାଡ଼ିଗଲେ ଅନେକ ଦୁଃଖ ।ଅତି ଦୟନୀୟ ଅବସ୍ଥା ରେ ଜୀବନ ବିତାଇ ଅନୁ ଙ୍କ ନିଜ ଝାଟି ମାଟିର ଘର ଭାଙ୍ଗିଯିବା ପରେ ୩ ପିଲାଙ୍କୁ ଧରି ସେ ଏବେ ଅଛନ୍ତି ।ସରକାରୀ ସହାୟତା କହିଲେ କେବଳ ମାସିକ ରାସନ ସାମଗ୍ରୀ କୁ ଛାଡି ଦେଲେ ଆଉକିଛି ନାହିଁ।

ଏମିତିକି ୩ ପିଲାଙ୍କ ମଧ୍ୟରୁ କେବଳ ବଡ଼ ଝିଅ ପାଠ ପଢୁଛନ୍ତି।ଅସହାୟ ଗରିବ ମାନଙ୍କ ପାଇଁ ସରକାର ମାଲ ମାଲ ଯୋଜନା କରୁଛନ୍ତି ।ହେଲେ ଏସବୁ ଯୋଜନା ଯେପରି ପ୍ରହସନ ପାଳିଟିଛି ଅନୁଙ୍କ ଭଳି ଅସହାୟ ମହିଳାଙ୍କ ପାଇଁ।ଅତି ଦୟନୀୟ ଅବସ୍ଥାରେ ଅନୁ ଓ ତାଙ୍କ ପିଲାମାନେ ଜୀବନ ବିତାଉଥିବାରୁ ତୁରନ୍ତ ତାଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ସରକାର ଙ୍କ ନିକଟରେ ଦାବି କରିଛନ୍ତ।

ଏଥିପ୍ରତି ଜିଲ୍ଲା ପ୍ରଶାସନ, ସରକାର ତଥା ଲୋକ ପ୍ରତିନିଧି ଦୃଷ୍ଟି ଦେଇ ଅନୁ ବରିହା ଙ୍କୁ ସରକାରୀ ସହାୟତା ଦିଗରେ ଦୃଷ୍ଟି ଦିଅନ୍ତୁ ବୋଲି ଲୋକମାନେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.