ରାଜ୍ୟସ୍ତରୀୟ କଳାହାଣ୍ଡି କପ୍ କ୍ରିକେଟ ପାଇଁ ମୟୂରଭଞ୍ଜ ଦଳ ଘୋଷିତ

0

05-06-18-FINAL-w.jpg - 68.70 kB

ବାରିପଦା(ଦିଲ୍ଲୀପ ମହାନ୍ତି )- ସ୍ଥାନୀୟ ବାରିପଦା ଷ୍ଟାଡ଼ିୟମ ପଡ଼ିଆଠାରେ ମୟୂରଭଞ୍ଜ ଆଥେଲେଟିକ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ କଳାହାଣ୍ଡି କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ନିମନ୍ତେ ମୟୂରଭଞ୍ଜ ଜିଲ୍ଲାର ଚୟନ ପ୍ରକ୍ରିୟା ସମାପ୍ତ ହୋଇ ଚୁଡ଼ାନ୍ତ ତାଲିକା ପ୍ରକାଶ ପାଇଛି । ଉକ୍ତ ଚୟନ ପ୍ରକ୍ରିୟାରେ ଜିଲ୍ଲାରୁ ମୋଟ ୭୨ ଜଣ ଉଦୀୟମାନ    କ୍ରିକେଟ ଖେଳାଳୀ ଅଂଶ ଗ୍ରହଣ କରିଥିଲେ । ଏମାନଙ୍କ ମଧ୍ୟରୁ ଦେବାଶିଷ ମହାନ୍ତ(ଅଧିନାୟକ), ଦିବ୍ୟରଞ୍ଜନ ଦାସ(ଉପଅଧିନାୟକ), ଅମିତାଭ ବାସ, ଅମିତ ବିଶ୍ୱାସ, ଦେବାଶିଷ ଗୁପ୍ତା, ସତ୍ୟନାରାୟଣ ଜୀଉ, ମନୋଜ ଟୁଡ଼ୁ, ସ୍ୱାଭିମ୍ ଦାସ, ଅଭିଜିତ ପ୍ରସାଦ  ଘଣା, ରଜତ କୁମାର ଦାସ, ଅଭିଜ୍ଞାନ ମହାନ୍ତି, ଦୀପକ କୁମାର ମୁଣ୍ଡା, ଅଙ୍କିତ୍ କୁମାର ବାରିକ, ସଞ୍ଜୟ ସିଂ, ଆଦିତ୍ୟ କୁମାର ବସା, ମନୁ ରାମ, ଅଭିଜିତ ବେହେରା ପ୍ରମୁଖ ମୋଟ ୧୮ ଜଣ ଖେଳାଳୀଙ୍କୁ ମୟୂରଞ୍ଜ ଜିଲ୍ଲା ପକ୍ଷରୁ କଳାହାଣ୍ଡି କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ପ୍ରତିନିଧିତ୍ୱ କରିବା ନିମନ୍ତେ ଚୟନ କରାଯାଇଛି । ପ୍ରକାଶ ଥାଉକି, ଉକ୍ତ ଦଳରେ ରାଇରଙ୍ଗପୁର(ବାମନଘାଟି) ଉପଖଣ୍ଡରୁ ୫ ଜଣ, କରଞ୍ଜିଅ(ପଞ୍ଚପୀଢ଼) ଉପଖଣ୍ଡରୁ ୨ ଜଣ ଓ କପ୍ତିପଦା ଉପଖଣ୍ଡରୁ ଜଣେ ଖେଳାଳୀ ନିଜର କ୍ରୀଡ଼ା ଦକ୍ଷତା ଭିତ୍ତିରେ ସ୍ଥାନ ପାଇଛନ୍ତି । ଏଥି ସହିତ ହରପ୍ରସାଦ ପାତ୍ରଙ୍କୁ ଦଳର ମ୍ୟାନେଜର ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି । ଉକ୍ତ ଟିମ କଳାହାଣ୍ଡି କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୦୬/୦୬/୨୦୧୮ରେ ଅନୁଗୁଳ ୦୭/୦୬/୨୦୧୮ରେ ରାଉରକେଲାକୁ ଭେଟିବେ ବୋଲି ମୟୂରଭଞ୍ଜ କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ କିଶୋର କୁମାର ବିଶ୍ୱାଳ ସୂଚନା ପ୍ରଦାନ କରିଛନ୍ତି ।

 

Leave A Reply

Your email address will not be published.