ବିଶ୍ୱ ପରିବେଶ ଦିବସ ପାଳିତ 

0

05-06-18-MPC-High-School-ph.jpg - 59.57 kB

ବାରିପଦା(ଦିଲ୍ଲୀପ ମହାନ୍ତି )- ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ଆବାସିକ ବିଦ୍ୟାଳୟ ପରିସରରେ ଅନୁଷ୍ଠାନର ସଭାପତି ଇଂ ପ୍ରଭାସ ଦାସଙ୍କ ଅଧ୍ୟକ୍ଷତାରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ପରିବେଶ ସମ୍ପର୍କୀତ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଏମପିସି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ହରିହର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନାସା ଫାଉଣ୍ଡେସନର ସଭାପତି ଡ଼ଃ ସରୋଜ କୁମାର ନାୟକ ମୁଖ୍ୟ ବକ୍ତା, ପୂର୍ବତନ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଅମିତାଭ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସାମ୍ପ୍ରତିକ ପରିସ୍ଥିତିରେ ତୃଣମୂଳସ୍ତରରୁ ପ୍ରତ୍ୟେକ ବ୍ୟକ୍ତି ସଚେତନ ହୋଇପାରିଲେ ପରିବେଶର ସୁରକ୍ଷା ସମ୍ଭବ ହୋଇପାରିବ ବୋଲି ମତବକ୍ତ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ରାଧାଶ୍ୟମା ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପିକା ଆଶା ବୈଦ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ଆଲୋଚନାଚକ୍ରରେ ଅନୁଷ୍ଠାନର ସମସ୍ତ ଛାତ୍ରୀଛାତ୍ରମାନଙ୍କ  ସହିତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ । ସେହିପରି ସ୍ଥାନୀୟ ମହାରାଣୀ ପ୍ରେମ କୁମାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ  ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୁପ୍ରଭା ପ୍ରଧାନଙ୍କ ପୌରହିତ୍ୟରେ ବିଦ୍ୟାଳୟର ଇକୋ କ୍ଲବ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଥିଲା । ଇକୋ କ୍ଲବର ସଂଯୋଜକ ଶିକ୍ଷକ ଡ଼ଃ ଭକ୍ତହରି ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ  ଆଲୋଚନା ଚକ୍ରରେ ଏମପିସି ସ୍ୱୟଂ ଶାସିତ ମହାବିଦ୍ୟାଳୟର ରସାୟନ ବିଜ୍ଞାନର ପ୍ରାକ୍ତନ ମୁଖ୍ୟ ଡ଼ଃ ହୃଦାନନ୍ଦ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ‘Beat plastic pollution’  ଶୀର୍ଷକ ଉପରେ ଆଲୋଚନାଚକ୍ରରେ ଶିକ୍ଷକ ବିଶ୍ୱେଶ୍ୱର ଦ୍ୱିବେଦୀ, ହରେକୃଷ୍ଣ ପାତ୍ର, ଦୀପକ କୁମାର ମହାନ୍ତ, କମଳାଂଶୁ ତ୍ରିପାଠୀ, ରାମଚନ୍ଦ୍ର ନାଥ ଶର୍ମା, ପ୍ରମୁଖ ଯୋଗ ଦେଇ ପ୍ଲାଷ୍ଟିକ ଦ୍ୱାରା ସୃଷ୍ଟି ହେଉଥିବା ପ୍ରଦୂଷଣ ଓ ତାର ନିରାକରଣ ଉପରେ ଆଲୋକପାତ କରାଇଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ଓ ସଫେଇ କରାଯାଇଥିଲା ।

Leave A Reply

Your email address will not be published.