ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ପୌରାଞ୍ଚଳର ନୂଆପଡ଼ା ଅଞ୍ଚଳର ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତି ଟ୍ରେନରୁ କୋଇଲା ଚୋରି କରୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଭାବରେ ଆହତ ହୋଇଛନ୍ତି। ତାଙ୍କ ଦେହର ଅନେକ ଅଂଶ ପୋଡ଼ି ଯାଇଥିବା ସୂଚନା ମିଳିଛି। ସୂଚନାନୁସାରେ, ବେଲପାହାଡ଼ ଅଞ୍ଚଳର ନୂଆପଡ଼ା ଅଞ୍ଚଳରେ କୋଇଲା ବୋଝେଇ ଟ୍ରେନ ଠିଆ ହୋଇଥିବା ବେଳେ ମେହେମୁଦ ଆଲମ ନାମକ ନୂଆପଡ଼ା ନିବାସୀ କୋଇଲା ଚୋରି କରୁଥିବା ବେଳେ ହାଇ ଭୋଲଟେଜ୍ ତାର ସଂସ୍ପର୍ଶରେ ଆସିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଟ୍ରେନରୁ ଉପରୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ରାଉରକେଲା ଆଇଜିଏଚକୁ ପଠାଇ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.