ଗୁଣପୁର ଶୌଣ୍ଢିକ ସେବା ସଂଘ ତରଫରୁ ସ୍ଵଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

9

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଅଦ୍ୟ ତା ୨୫.୧୦ .୨୦୨୬ ରିଖ ରବିବାର ସକାଳ ୮ ଘଟିକା ସମୟରେ ଗୁଣପୁର ସହରାଞ୍ଚଳ ଶୌଣ୍ଢିକ ସେବା ସଂଘ ତରଫରୁ ସ୍ଵଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ସଂଘର କର୍ମକର୍ତ୍ତା ମାନଙ୍କ ଦ୍ୱାରା ଗୁଣପୁର ନୂଆ ବସ୍‌ ଷ୍ଟାଣ୍ଡ ନିକଟସ୍ଥ ଭେଙ୍କେଟେଶ୍ଵର ମନ୍ଦିର ପ୍ରାଙ୍ଗଣରେ ସଂଘର ସଭାପତି ନରେନ୍ଦ୍ର କୁମାର ସାହୁଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ସଂଘର ସଂପାଦକ କୃଷ୍ଣ ଚନ୍ଦ୍ର ସେନାପତି ,ଯୁଗ୍ମ ସଂପାଦକ ବିଶ୍ଵନାଥ ସାହୁ, କୋଷାଧ୍ୟକ୍ଷ ଦିଲୀପ କୁମାର ଚୌଧୁରୀ ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ଚୌଧୁରୀ ,ଶିଶି ଭୂଷଣ ରତ୍ନାଲୁ, କୃଷ୍ଣଚନ୍ଦ୍ର ସାହୁ, ସୁବାଷ ସେନାପତି, ପ୍ରମୋଦ ନେମାଲିପୁରୀ, ମାଧବ ବିଷୋଇ,ମନୋଜ ପଣ୍ଡୁସାହୁ, ପୂର୍ଣ୍ଣ ପଣ୍ଡୁ ସାହୁ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
କାର୍ଯ୍ୟକ୍ରମ ପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତା ନଭେମ୍ବର ମାସରେ ସଂଘ ତରଫରୁ ଏକ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହେବାକୁ ନିଷ୍ଠତ୍ତି ନିଆଗଲା । ଆଗାମୀ ଦିନରେ ସଭାପତି ମହୋଦୟ ସମସ୍ତ କାର୍ଯ୍ୟକୁ ଯୋଗଯୋଗ କରି ତାରିଖ ଘୋଷଣା କରିବେ ।
ପରିଶେଷରେ ସଂପାଦକ ମହୋଦୟ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଓ ସଭାପତି ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.