ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବା ଅନ୍ୟାନ୍ୟ କର୍ମଚାରୀମାନେ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିବା ଜନସାଧାରଣଙ୍କ ପାଇଁ ଅସନ୍ତୁଷ୍ଟି ସୃଷ୍ଟି କରିଛି। ଡିଆଇପିଆରଓଙ୍କୁ କୌଣସି ପ୍ରକାରର ସୂଚନା ପାଇଁ ସମ୍ପର୍କ କରିବାକୁ ଚେଷ୍ଟା କଲେ ସେ କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଛନ୍ତି ଏବଂ ଅଧିକାଂଶ ତାଙ୍କର ଫୋନ ସୁଇଚ ଅଫ ରହୁଥିବା ଅନେକ ସାମ୍ବାଦିକ ଅଭିଯୋଗ କରିଛନ୍ତି। କୋଭିଡ କଟକଣା ଯୋଗୁଁ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ କାର୍ଯାଳୟର କାର୍ଯ୍ୟକ୍ରମରେ ଯିବା ଆସିବା ଉପରେ କଟକଣା ଥିବାରୁ ସାମ୍ବାଦିକ ଓ ସୂଚନା ଅଧିକାର କର୍ମୀଙ୍କୁ ଅନେକ ପ୍ରକାରର ସୂଚନା ନିମନ୍ତେ ଡିଆଇପିଆରଓଙ୍କ ସହ ଫୋନରେ ଯୋଗାଯୋଗ କରିବାକୁ ପଡ଼ୁଛି, ମାତ୍ର ସେ ଫୋନରେ ମଧ୍ୟ ଉପଲବ୍ଧ ହେଉ ନଥିବାରୁ ଜିଲ୍ଲା ପ୍ରଶାସନର ବିଭିନ୍ନ କାର୍ଯ୍ୟକ୍ରମ, ବିଭିନ୍ନ ଯୋଜନା ସଂପର୍କରେ ଅଗ୍ରଗତି ଓ ଅନ୍ୟାନ୍ୟ ବିବରଣୀ ବିଷୟରେ କିଛି ସୂଚନା ମିଳିପାରୁ ନାହିଁ। ଏହାଦ୍ୱାରା ପ୍ରଶାସନିକ କାର୍ଯ୍ୟ ଉପରେ ସୂଚନା ଯାହାକି ସାମ୍ବିଧାନିକ ଅଧିକାର ଅଟେ, ତାହାର ଉଲ୍ଲଘଂନ ହେଉଛି। ଏ ସମ୍ପର୍କରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ କରିବା ପରେ ଜିଲ୍ଲାପାଳ ବିଭାଗର ସମସ୍ତ କର୍ମଚାରୀଙ୍କ ଦରମା ବନ୍ଦ କରିବାକୁ ଆଦେଶ ଦେଇଛନ୍ତି ବୋଲି ସୂଚନା ମିଳିଛି। ସରକାରଙ୍କ ଦ୍ବାରା ସାମ୍ବାଦିକମାନଙ୍କ ପାଇଁ ଘୋଷିତ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନାରେ ଜିଲ୍ଲାର ସାମ୍ବାଦିକମାନଙ୍କ ବୀମା ନବୀକରଣ ଓ ନୂତନ ଆବେଦନ ଉପରେ କାର୍ଯ୍ୟର ପ୍ରଗତି ଉପରେ ସାମ୍ବାଦିକଙ୍କୁ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ତେଣୁ ଜିଲ୍ଲାର ସାମ୍ବାଦିକମାନେ ଘୋର ଅସନ୍ତୁଷ୍ଟି ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.