ବରଗଡ :- ଦିନକୁଦିନ ପଥଭ୍ରଷ୍ଟ ଯୁବସମାଜ ଭିତରେ ବୃଦ୍ଧି ପାଇବାରେ ଲାଗିଛି ବେଆଇନ ନିଶା ଦ୍ରବ୍ୟର ଚାହିଦା । ନିସସକ୍ତ ଯୁବକ ମାନଙ୍କୁ ଯେ କୋଣସି ଉପାୟରେ ଓ ଯେ କୋଣସି ଦାମରେ ନିଶା ଦ୍ରବ୍ୟ ଦରକାର । ଏହି ଚାହିଦର ସୁଯୋଗ ନେଇ କିଛି ମୁନାଫା ଖୋର ଅସାଧୁ ବ୍ୟବସାୟୀ ଅବାଧରେ ଚଳାଇଛନ୍ତି ନିଶାର କାରବାର । ଅନ୍ୟପଟେ ପୋଲି ପ୍ରଶାସନ ତରଫରୁ ମଧ୍ୟ ଏହି ନିଶା ବ୍ୟବସାୟୀ ମାନଙ୍କୁ ଉଚିତ ଶିକ୍ଷା ଦେବା ପାଇଁ କ୍ରମାଗତ ଭାବରେ ଜାରି ରହିଛି ଧରପଗଡ଼ । ଏହିକ୍ରମ ରେ ଆଜି ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ଙ୍କର ନିର୍ଦେଶରେ ପଦ୍ମପୁର ସରସ୍ୱତୀ ଶିଶୁ ମନ୍ଦିର ନିକଟରେ ଏକ ଘରେ ଚଢ଼ାଉ କରି ଏକ ଶହ ଲିଟର ରୁ ଉର୍ଦ୍ବ ଅପମିଶ୍ରିତ କଫ ସିରଫ ଜବତ କରାଯିବା ସହିତ ବୁଡେନ ଥାନା ଅନ୍ତର୍ଗତ ଟେଣ୍ଡପଥର ଗ୍ରାମର ଆନନ୍ଦ ମେହେର ଓ ପଦ୍ମପୁର ରାଜାପଡା ର ପୁସ୍ତମ ହଣ୍ଡା ଙ୍କୁ ଗିରଫ କରିବା ସହିତ ସେମାନଙ୍କର ନିକଟରୁ ଅନ୍ୟାନ୍ୟ ବେଆଇନ ନିଶା ସାମଗ୍ରୀ ସହିତ ଗୋଟେ ବାଇକ ଜବତ କରିଛି । ଏନେଇ ପଦ୍ମପୁର ଥାନାରେ କେଶ ନମ୍ବର 257/20 ଧାରା 274,275, ଓ 34 ipc ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.