ବଲାଙ୍ଗୀର ଜିଲ୍ଲା ର ୫ ଅଭିଯୁକ୍ତକୁ ଗଞ୍ଜେଇ ଚାଲାଣ ସହ ମାଷ୍ଟର ମାଇଣ୍ଡ ନିରଞ୍ଜନ କେଡ଼ିଆ   ଗିରଫ 

0

 ବଲାଙ୍ଗୀର:  ବଲାଙ୍ଗୀର ସହର ସହ ଜିଲ୍ଲାରେ ଏବେ ଦିନକୁ ଦିନ ଅପରାଧିକ ସାମ୍ରାଜ୍ୟ ଗଢ଼ି ଉଠିଥିବାବେଳେ ଏବେ ଅନ୍ୟ ରାଜ୍ୟ କୁ ଯାଇ ଏଠିକାର ଦୁର୍ବୁର୍ତ୍ତ ବେଆଇନ କାର୍ଯ୍ୟ ରେ ଲିପ୍ତ ରହି ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ଚାଲାଣ କରି ମୁନିଗୁଡା ପୋଲିସ ହାତରେ ଛନ୍ଦି ହୋଇ ଠିକଣା ସ୍ଥାନର ପହଞ୍ଚିଛନ୍ତି।ତେବେ ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ସାଗରମାଲ କେଡ଼ିଆ ଙ୍କ ପୁତ୍ର ନିରଞ୍ଜନ କେଡ଼ିଆ ବେଆଇନ ନିଶା କାରବାର ରେ ଲିପ୍ତ ରହି ଏବେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ଯେଉଁଥିରେ ଦୀର୍ଘ ଦିନରୁ ନିରଞ୍ଜନ କେଡ଼ିଆ ବେଆଇନ ବ୍ୟବସାୟ ରେ ଲିପ୍ତ ରହିବା ସହ ଏବେ ଅନ୍ୟ ରାଜ୍ୟରେ ବେଆଇନ ଗଞ୍ଜେଇ ଚାଲାଣ କରୁଥିବା ବେଳେ ମୁନିଗୁଡା ପୋଲିସ ଗିରଫ କରିଛି।ଯେଉଁଥିରେ ମାଷ୍ଟର ମାଇଣ୍ଡ ସାଜିଥିବା ନିରଞ୍ଜନ କେଡ଼ିଆ ସହ ମୁନିଗୁଡା ଅଞ୍ଚଲର ଡାଙ୍ଗ ସୁରୁଡ଼ା ଗ୍ରାମର ସୁନୀଲ କୁମାର ସିଂ ସହ ଆଉ ୪ଜଣ ଙ୍କୁ ଗିରଫ କରିଛି ମୁନିଗୁଡା ପୋଲିସ। ତେବେ ଏମାନେ ବେଆଇନ କାରବାରରେ ବ୍ୟବହାର କରୁଥିବା ସେମସଙ୍ଗ ଗେଲେକ୍ସି ଫୋନ,ଆଧାର କାର୍ଡ, ପାନ କାର୍ଡ,ସହ ବରୋଦା ବେଙ୍କ ଏଟି,ଏମ,କାର୍ଡ,ଏବଂଏକ୍ସିସ ବେଙ୍କ ର ଏଟିଏମ କାର୍ଡ ଜବତ କରି ଏନ,ଡ଼ି,ପି,ଏସ, ଆକ୍ଟରେ ମୁନିଗୁଡା ପୋଲିସ କେଶ ନ, ୟୁ,୩-୨୦ ବି,ଆଇ,ଆଇ,ସି,୨୫/୨୭ ଏ ୨୯ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ଏବଂ ନିରଞ୍ଜନ କେଡ଼ିଆ ଅନ୍ୟ ଅପରାଧିକ ମାମଲାରେ ମଧ୍ୟ ସାମିଲ ଥିବା ନେଇ  ମୁନିଗୁଡା ପୋଲିସତଦନ୍ତ ଜାରି ରଖିଥିବା ମୁନିଗୁଡା ଏସ,ଆଇ, ଚଦ୍ରମା ଶବର,ବିଷମ କଟକ ଏସ,ଡ଼ି,ପି,ଓ, ଆକାଶ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.