ବଡ଼ବିଲ (ଶାସକ ପ୍ରଶାସକ)-ବଡ଼ବିଲ ହାୟରପୁରରେ ଗ୍ରାମବାସୀଙ୍କ ମାଡ଼ରେ ପୋଲିସ ଏସଆଇ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବଡ଼ବିଲ ଥାନା ସବ ଇନ୍ସପେକ୍ଟର ଅଭିମନ୍ୟୁ ଦାସ ଯୋଡ଼ା ଟାଟା ଷ୍ଟିଲ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି। ଏସଆଇ ଅଭିମନ୍ୟୁ ଦାସଙ୍କୁ କାଠଫାଳିଆ ଓ ଠେଙ୍ଗାରେ ନିସ୍ତୁକ ମାଡ଼ ମରାଯାଇଥିବା ସୂଚନା ମିଳିଛି। ପୋଲିସକୁ ଆକ୍ରମଣ ଘଟଣାରେ ବଡ଼ବିଲ ପୋଲିସ ଆଜି ଭୋର ସମୟରେ ହାୟରପୁର ଗ୍ରାମରେ ଚଢ଼ାଉକରି ଗ୍ରାମର କିଛି ମହିଳା ଓ ପୁରୁଷଙ୍କୁ ଉଠାଇନେଇଥିବା ଅଭିଯୋଗ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ହାୟରପୁର ନିକଟରେ ଥିବା ଶ୍ରୀ ଜଗନ୍ନାଥ ଷ୍ଟିଲ ପ୍ଲାଣ୍ଟର ପାଣି ପାଇପ ଲାଇନ ମରାମତି ପାଇଁ କମ୍ପାନୀ ର କିଛି କର୍ମଚାରୀ ଗ୍ରାମକୁ ଯାଇଥିଲେ। ତେବେ ସେଠାରେ ଗ୍ରାମବାସୀ ତାଙ୍କୁ ବିରୋଧ କରି ମରାମତି କରିବାକୁ ଦେଇନଥିଲେ। ଫଳରେ କମ୍ପାନୀ ପକ୍ଷରୁ ଏନେଇ ବଡ଼ବିଲ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇ ବଡ଼ବିଲ ଥାନା ଏସଆଇ ଅଭିମନ୍ୟୁ ଦାସ ଦୁଇଜଣ କନେଷ୍ଟବଳଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ଗ୍ରାମବାସୀଙ୍କ ସହ ଯୁକ୍ତିତର୍କ ହୋଇଥିଲା ଏବଂ ଗ୍ରାମର କିଛି ମହିଳା ପୋଲିସ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ। ତେବେ ଆଜି ଭୋର ପ୍ରାୟ ୪ଟା ବେଳେ ପୋଲିସ ଚଢ଼ାଉକରି ଗାଁର କିଛି ମହିଳା ଓ ପୁରୁଷଙ୍କୁ ଉଠାଇନେଇ ପଚରା ଉଚୁରା ପରେ ୬ ଜଣଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଛି। ଗିରଫଙ୍କ ମଧ୍ୟରେ ୩ ଜଣ ମହିଳା ଓ ୩ ଜଣ ପୁରୁଷ ରହିଛନ୍ତି । ଏହି ଘଟଣାରେ ୫୦ଜଣ ଗ୍ରାମବାସୀ ସମୃକ୍ତ ଥିବା ତଦନ୍ତ ରିପୋର୍ଟରେ ଦର୍ଶାଇଛି ପୋଲିସ।
Sign in
Sign in
Recover your password.
A password will be e-mailed to you.
Prev Post