ପ୍ରଶାସନ ଶୁଣିଲାନି, ଲୋକେ କଲେ ରାସ୍ତା ମରାମତି 

0

ସୁବର୍ଣ୍ଣପୁର/ ବିନୋଦ ପାଣ୍ଡେ : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ସୁବଳୟା ଠାରୁ ମୁର୍ସୁଣ୍ଡି ଭାୟା ଖଣ୍ଡହତାକୁ ସଂଯୋଗ   ହୋଇଥିବା ମୁଖ୍ୟ ରାସ୍ତା। ଯେଉଁ ରାସ୍ତାରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକ ଏବଂ ସ୍କୁଲ୍ କଲେଜ୍ ର ଛାତ୍ର ଛାତ୍ରୀ ଗମାନଗମନ କରିଥାନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା  ଏହି ରାସ୍ତାର ଖଣ୍ଡହତା ଚଣ୍ଡୀପୁର ଠାରେ କିଛି ଅଂଶ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହେବାସହ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି।  ଯେଉଁଠି ୨୦ ଅକ୍ଟୋବର ୨୦୨୦ ଅପରାହ୍ନରେ ଜଣେ ମହିଳା ତାଙ୍କ ଛୋଟ ଛୁଆ ଏବଂ ସ୍ବାମୀ ଙ୍କ ସହ ଅଳ୍ପକେ ମରଣ ମୁହଁରୁ ବଞ୍ଚିଯାଇଥିଲ। ଏହି ସମସ୍ୟାକୁ ସ୍ଥାନୀୟ ସାମାଜିକ ଅନୁଷ୍ଠାନ ସିୟା ପରିବାର ଗୁରୁତ୍ବର ର ସହ ନେଇ ସାମାଜିକ ଗଣମାଧ୍ୟମ ଜରିଆରେ ରାସ୍ତା ର ମରାମତି ପାଇଁ ଜିଲ୍ଲା ପ୍ରଶାସନ ଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ କିଛି ସୁଫଳ ନ ମିଳିବାରୁ ସ୍ଥାନୀୟ ଲୋକଙ୍କ ଗମନାଗମନର ସ୍ବାର୍ଥ କୁ ଦେଖି ରାସ୍ତାର ମରାମତି କରାଯାଇଛି ।ଏହି କାର୍ଯ୍ୟକ୍ରମ ରେ ସିୟା ସଭାପତି ଦିଲ୍ଲିପ ପ୍ରଧାନ, ସିୟାର ପ୍ରତିଷ୍ଠାତା ଆନନ୍ଦ ବିଶ୍ବାଳ,ଉପ-ସଭାପତି ଶୁସାନ୍ତ ଭୋଇ, ଦିଲ୍ଲିପ ପଧାନ, ଲଳିତ କର୍ଣ୍ଣ, ସାନନ୍ଦ ବିଶ୍ବାଳ ଏବଂ ରାମ୍ଭିପାଲିର ବଳରାମ ବିଶ୍ବାଳ ଙ୍କ ନେତୃତ୍ଵରେ ଗ୍ରାମବାସୀ ଯଥା ବିଷ୍ଣୁ  ଚରଣ ମାହାର ,ବିଶି ବିଶ୍ବାଳ, ଶେଷ ସାହୁ, ସମ୍ଭୁ ମାହାର, ପଙ୍କଜ ମାହାର ଏଥିରେ  ସହଯୋଗ କରିଥିଲେ । ଏହି ମହତ୍ କାର୍ଯ୍ୟ ପାଇଁ ରାମ୍ଭିପାଳି ର ଶ୍ରୀକାନ୍ତ ବିଶ୍ବାଳ ଜେସିବି ଯୋଗାଇ ଦେଇଥିଲେ

 

Leave A Reply

Your email address will not be published.