ମଟର ପମ୍ପ ଚୋରି-: ୫ ଗିରଫ। 

0

ସମ୍ବଲପୁର(ରମାକାନ୍ତ ବିଶ୍ବାଳ)- ସମ୍ବଲପୁର ଜିଲ୍ଲା କତରବଗା ଥାନା ଲଇଡା ଫାଣ୍ଡି ଅଧିନସ୍ଥ କିନାଲୋଇ ଗ୍ରାମର ମନୋଜ ନାଏକଙ୍କ ବାଡି ପଟ କୂଅରେ ଲାଗିଥିବା ବିଦ୍ୟୁତଚାଳିତ ମୋଟର ପମ୍ପ ଗତ ୨୮ ତାରିଖ ଦିନ ଚୋରି ହୋଇଥିଲା। ଘଟଣାର ଅଭିଯୋଗ ପରେ କତରବଗା ଥାନା ଅଧିକାରୀ ଅଜୟ କୁମାର ଜେନା,ଫାଣ୍ଡି ଅଧିକାରୀ ରବିନ୍ଦ୍ର କୁମାର ପ୍ରଧାନ ଘଟଣାର ତଦନ୍ତ କରି ପମ୍ପ ଚୋରି କରିଥିବା ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି।

ମୋଟର ପମ୍ପ ଚୋରି କରିଥିବା ଅଭିଯୁକ୍ତ ମାନେ ହେଲେ କିନାଲେଇ ଗ୍ରାମର ନରେଶ ପଟ୍ଟା (୩୩),ଧରଣୀଧର ବେହେରା ଓରଫ ରବି,ଦୀପକ ମାକର(୩୨) ଏବଂ କୋଲାବିରା ଥାନା ସୋଢାମାଲ ଗ୍ରାମର କୃଷ୍ଣ ବଗାର(୩୩) ଏହି ୪ ଜଣ ମୋଟର ପମ୍ପ ଚୋରି କରି ଜୁନାଡିହି ଗ୍ରାମର ରବିନ୍ଦ୍ର ସେଉଲଙ୍କୁ ବିକ୍ରି କରିଥିଲେ।ପୋଲିସ ଚୋରି ହୋଇଥିବା ପମ୍ପକୁ ଜବତ କରି ପମ୍ପ କିଣିଥିବା ରବିନ୍ଦ୍ର ସେଉଲଙ୍କ ସହ ୫ ଜଣଙ୍କୁ ଥାନା କେଶ ନମ୍ବର ୧୫୫/୨୦ ରେ କେଶ ରଜୁ କରି କୋର୍ଟଚାଲାଣ କରିଛନ୍ତି।

 

Leave A Reply

Your email address will not be published.