ସମ୍ବଲପୁର (ରମାକାନ୍ତ ବିଶ୍ୱାଳ): ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ(ବିଜୁ ଏକ୍ସପ୍ରେସ ୱେ) ରେଙ୍ଗାଲି ପାଖ ସଂକ୍ରିନାଲ ନିକଟରେ ଗତ ୨୭ ତାରିଖ ଦିନ ସନ୍ଧ୍ୟାରେ ସିଜି-୧୩-ଏଲ-ଏ-୫୧୯୬ ଟ୍ରଲରକୁ ନେଇ ସମ୍ବଲପୁର ପଟକୁ ଯାଉଥିବା ଡ୍ରାଇଭର ସୁବାସ ସିଂଙ୍କୁ ଜୀବନରେ ଧମକ ଦେଇ ଜଣେ ଯୁବକ ୨ ହଜାର ଟଙ୍କା ଲୁଟି ନେଇ ଓଡି-୧୫-ଏମ-୧୦୪୭ ବାଇକରେ ଫେରାର ହୋଇଯାଇଥିଲା।ଘଟଣାର ଅଭିଯୋଗ ପରେ ରେଙ୍ଗାଲି ଥାନା ଅଧିକାରୀ ଧବଲେଶ୍ବର ସାହୁ ଘଟଣାର ବିଭିନ୍ନ ଦିଗ ଉପରେ ତଦନ୍ତ ଆରମ୍ଭ କରି ଘଟଣାରେ ସମ୍ପୃକ୍ତ ରେଙ୍ଗାଲି ପୁରୁଣା ବସ୍ତିର ଖଗପତି ବାରିକ(୩୬)କୁ ଗିରଫ କରି ଥାନା କେଶ ନମ୍ବର ୧୯୩/୨୦ରେ କେଶ ରଜୁ କୋର୍ଟଚାଲାଣ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post
Next Post