ଖସି ଗଲେ ବଡ଼ବଡ଼ିଆ, ବଳି ପଡ଼ିଲେ ଛୋଟ ମୁଣ୍ଡ। 

0

ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସବ ବେଦନାରେ ଦୀର୍ଘ ତିନିଘଣ୍ଟା କାଳ ବାହାରେ ପଡ଼ି ଛଟପଟ ହେଉଥିବା ଘଟଣା। :୬ ଜଣ ହେଲେ ନିଲମ୍ବିତ। 

ଦୁଇ ସୁରକ୍ଷା କର୍ମଚାରୀ, ହେଲ୍ପ ଡେସ୍କର ଦୁଇ କର୍ମଚାରୀ କୋଭିଡ ପରୀକ୍ଷା ଦାୟୀତ୍ବରେ ଥିବା ଦୁଇ କର୍ମଚାରୀଙ୍କୁ ନିଲମ୍ବିତ କରାଗଲା। 

ଝାରସୁଗୁଡ଼ା :(ସୁଭାଷ ସହାରେ) :ଗତ 24 ଅକ୍ଟୋବରରେ ଝାରସୁଗୁଡ଼ା ବନ୍ଧବାହାଲ ଅଞ୍ଚଳର ଜଣେ ଗର୍ଭବତୀ ମହିଳା ପ୍ରିତି କୁମର ପ୍ରସବ ବେଦନାରେ ଛଟପଟ ହୋଇ ହସ୍ପିଟାଲ ବାହାରେ ପାର୍କିଂ ସ୍ଥଳରେ ତିନି ଘଣ୍ଟା ଧରି ପଡ଼ିରହିବା ଘଟଣା ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡ଼ିଆରେ ପ୍ରସାର ହେବା ପରେ ସ୍ବାସ୍ଥ୍ୟ ବିଭାଗ ଓ ଚିକିତ୍ସାଳୟ ପ୍ରଶାସନ ଚେଇଁ ଥିଲେ। ଏ ନେଇ ଏକ ତଦନ୍ତ କମିଟି ଗଠନ ହେବା ପରେ ୬ ଜଣଙ୍କ ନିଲମ୍ବନ ଆଦେଶ ଦେଇଛନ୍ତି ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ।

ଘଟଣାଟି ଲୋକଲୋଚନକୁ ଆସିବା ପରେ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଏଡିଏମଓଙ୍କ ଅଧିନରେ ଏକ ତଦନ୍ତ କମିଟି ଗଠନ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ କମିଟିର ରିପୋର୍ଟ ଅନୁଯାୟୀ ଦୁଇଜଣ ସୁରକ୍ଷା କର୍ମଚାରୀ, ହେଲ୍ପ ଡେସ୍କର ଦୁଇଜଣ କର୍ମଚାରୀ ଓ କୋଭିଡ ପରୀକ୍ଷା ଦାୟୀତ୍ବରେ ଥିବା ଦୁଇଜଣଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ। ମାତ୍ର ଏହାଦ୍ବାରା ଅସଲ ଦୋଷୀଙ୍କୁ ବଞ୍ଚାଇବାରେ ଚେଷ୍ଟା କରୁଛନ୍ତି ଚିକିତ୍ସାଳୟ କର୍ତ୍ତୃପକ୍ଷ ବୋଲି ଲୋକେ ଅଭିଯୋଗ କରିଛନ୍ତି। ଏହିପରି ଗୁରୁତର ଅବସ୍ଥାରେ ରୋଗୀ ଆସିଲେ ସେମାନଙ୍କ ତୁରନ୍ତ ଚିକିତ୍ସା କରିବା ପାଇଁ ସମସ୍ତ ବ୍ୟବସ୍ଥା ଏହି ସାଧାରଣ କର୍ମଚାରୀଙ୍କ କି ମେଡିକାଲ କର୍ତ୍ତୃପକ୍ଷଙ୍କ, ଏହି ପ୍ରଶ୍ନ ଉଠିବା ସ୍ବାଭାବିକ। କର୍ତ୍ତୃପକ୍ଷ ଯଦି କର୍ତ୍ତବ୍ୟ ପାଳନ ନିମନ୍ତେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥାନ୍ତେ ତେବେ ଚିକିତ୍ସାରେ ଅବହେଳା କରିବା ପାଇଁ ଏହିପରି କର୍ମଚାରୀମାନେ କେବେ ସାହସ କରି ପାରି ନ ଥାନ୍ତେ ବୋଲି ସମସ୍ତଙ୍କ ଧାରଣା । ଜରୁରୀକାଳୀନ ସେବା ଦାୟୀତ୍ୱରେ ଥିବା ଅଧିକାରୀଙ୍କ ପ୍ରତି କୌଣସି ପଦକ୍ଷେପ ନ ନିଆଯିବା, କେବଳ ସେମାନଙ୍କୁ ବଞ୍ଚାଇବାର ପ୍ରୟାସ ବୋଲି ଲୋକ ମତ ଦେଉଛନ୍ତି।

Leave A Reply

Your email address will not be published.