ଜିଲ୍ଲା କଂଗ୍ରେସର ନିର୍ବାଚନ ସମ୍ପର୍କିତ କମିଟିର ପ୍ରତିନିଧି ରୂପେ ମନୀଷ ବାଜପେୟୀ ନିଯୁକ୍ତ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ)- ଝାରସୁଗୁଡ଼ା ଜିଲ୍ଲାର କଂଗ୍ରେସର ସଭାପତି ଶ୍ରୀ ଭରତ ଅୱସ୍ତି ଜିଲ୍ଲାର ନିର୍ବାଚନ ସମ୍ପର୍କିତ କମିଟିର ପ୍ରତିନିଧି ରୂପେ ବରିଷ୍ଠ କଂଗ୍ରେସ କର୍ମୀ ମନୀଷ ବାଜପେୟୀଙ୍କୁ ମନୋନୀତ କରିଛନ୍ତି। ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଶ୍ରୀ ବାଜପେୟୀଙ୍କୁ ମନୋନୀତ କରିବା ପାଇଁ ଜିଲ୍ଲା ସଭାପତିଙ୍କୁ ଚିଠି କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବିଷୟରେ ଜିଲ୍ଲା କଂଗ୍ରେସ ସଭାପତି ଜିଲ୍ଲାପାଳଙ୍କ ନିକଟକୁ ଏକ ପତ୍ର ପଠାଇ ସୂଚନା ଦେଇଛନ୍ତି। 

ଆଡଭୋକେଟ ଶ୍ରୀ ବାଜପେୟୀ ୨୦୧୯ ମସିହାରେ ମଧ୍ୟ ଏହି ପଦବୀରେ ରହି ନିଜର ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇ କଂଗ୍ରେସ ଦଳର ସମସ୍ତଙ୍କ ପାଖରେ ପ୍ରଶଂସାର ପାତ୍ର ହୋଇପାରିଥିଲେ। ତେଣୁ ଆଗାମୀ ସମୟରେ ମଧ୍ୟ ସେ ନିଜର ଦାୟିତ୍ବ ଉତ୍ତମ ଭାବରେ ତୁଲାଇବେ ବୋଲି ଦଳ ଆଶା ରଖିଛି।

Leave A Reply

Your email address will not be published.