କଣ୍ଟେନମେନ୍ଟ ଜୋନ ଘୋଷଣାକୁ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ପ୍ରତିନିଧି ଦଳ  

0

କଣ୍ଟେନମେନ୍ଟର ସମୟ ଅବଧିକୁ କମାଇବା ପାଇଁ କଲେ ଅନୁରୋଧ। 

ଝାରସୁଗୁଡ଼ା :(ସୁଭାଷ ସହାରେ)- ଝାରସୁଗୁଡ଼ା ସଦରର ଦୁଇଟି ଅଞ୍ଚଳକୁ କଣ୍ଟେନମେନ୍ଟ ଜୋନରେ ଘୋଷଣାର ପୁନଃବିଚାର କରିବା ପାଇଁ ଜିଲ୍ଲାପାଳଙ୍କୁ ଭେଟିଥିଲେ ଏକ ପ୍ରତିନିଧି ଦଳ। ଜିଲ୍ଲାପାଳଙ୍କୁ କଣ୍ଟେନମେନ୍ଟର ସମୟ ଅବଧିକୁ ୧୪ ଦିନରୁ ୮ ରୁ ୯ ଦିନ କରିବା ପାଇଁ ଅନୁରୋଧ କରିଥିଲେ ବୋଲି ଜଣାପଡ଼ିଛି। 

ଝାରସୁଗୁଡ଼ା ସହରର ପାହାଡ଼ି ମନ୍ଦିର ଓ ବିଜୁନଗର ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ଆସନ୍ତା କାଲିଠାରୁ ଆସନ୍ତା ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ  ୧୦ ଦିନ ଯାଏ କଣ୍ଟେନମେନ୍ଟ ଜୋନ ଭାବରେ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହା ନେଇ ଝାରସୁଗୁଡ଼ାର ବିଭିନ୍ନ ସଂଗଠନ, ରାଜନୈତିକ ଦଳ ଓ ଚିନ୍ତାଶୀଳ ବ୍ୟକ୍ତିମାନେ ଏ ନେଇ ଚିନ୍ତା ପ୍ରକଟ କରିଥିଲେ ତଥା ନିଷ୍ପତ୍ତିର ପୁନଃବିଚାର କରିବା ପାଇଁ ଆବେଦନ କରିଥିଲେ । ଦେଶରେ ନୂତନ କଣ୍ଟେନମେନ୍ଟ ଅଞ୍ଚଳ ଆଉ ଘୋଷଣା ନ କରିବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ବେଳେ, ଝାରସୁଗୁଡ଼ାରେ ଏହାର ବିପରୀତ ହେବା ଦ୍ଵାରା ଲୋକେ ଆର୍ଥିକ ଭାବରେ ଅନେକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ପ୍ରକଟ କରିଥିଲେ ସମସ୍ତେ। ତେଣୁ ଆଜି ଜିଲ୍ଲାପାଳ ପ୍ରତିନିଧି ମଣ୍ଡଳ ସହ ଆଲୋଚନା କରିବାକୁ ଡାକିଥିଲେ। ଆଲୋଚନା ପରେ ସର୍ବସମ୍ମତି କ୍ରମେ ଆସନ୍ତା କାଲିଠାରୁ  ନଭେମ୍ବର ୭  ଭିତରେ ସୀମିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ସମୟ ମଧ୍ୟରେ କିନ୍ତୁ ସମସ୍ତ ମୂଖ୍ୟ ରାସ୍ତା  ଖୋଲା ରହିବା ସଙ୍ଗେ ଦୋକାନ ବଜାର ଓ ପରିବା ଦୋକାନ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି। 

ବାର ଏସୋସିଏସନର ସଭାପତି ପି. ରାମ ମୋହନ ରାଓଙ୍କ ନେତୃତ୍ୱରେ ଦିନେଶ ଜୈନ, ପିଣ୍ଟୁ ପାଢ଼ୀ, ରଘୁମଣି ପଟେଲ, ଅନିଲ ଗୋଏଲ, ମନୀଷ ବାଜପେୟୀ ପ୍ରମୁଖ ଏହି ପ୍ରତିନିଧି ମଣ୍ଡଳୀ ପକ୍ଷରୁ ଜିଲ୍ଲାପାଳଙ୍କ ସହ ଲୋକଙ୍କ ଅନ୍ୟାନ୍ୟ ସମସ୍ୟା,  କର୍ମଚାରୀଙ୍କ ବେତନ ନ ମିଳିବା ଏବଂ ଅନ୍ୟାନ୍ୟ ସମସ୍ୟା ବିଷୟରେ ଆଲୋଚନା କରିଥିଲେ।

Leave A Reply

Your email address will not be published.