ବାରିପଦା/ ଦିଲ୍ଲୀପ ମହାନ୍ତି : ବେତନଟୀ ରେଞ୍ଜ କାର୍ଯ୍ୟାଳୟରେ ଡ୍ୟୁଟି କରୁଥିବା ବନପାଳ ଦାଶରଥୀ ସାହୁଙ୍କର ଦେହାନ୍ତ ହୋଇଯାଇଛି । ବେତନଟୀ ରେଞ୍ଜ କାର୍ଯ୍ୟାଳୟରେ କାର୍ଯ୍ୟରତ ବନପାଳ ଦାଶରଥୀ ସାହୁ ପ୍ରଥମେ ପଜିଟିଭ ଚିହ୍ନଟ ପରେ ସେ ହୋମ ଆଇସୋଲେସନରେ ରହିଥିଲେ । ତେବେ ସମସ୍ତ ହୋମ ଆଇସୋଲେସନରେ ଥିବାବେଳେ ବନପାଳ ଦାଶରଥୀ ସାହୁଙ୍କର ମଧୁମେହରୋଗ ଥିବାରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅଧିକ ଜଟିଳ ଆଡକୁ ଗତି କରିଥିଲା । ଶେଷରେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ କୋଭିଡ ହସ୍ପିଟାଲୁ ସ୍ଥାନାନ୍ତର କରାଯାଇଥିବା ବେଳେ ସୋମବାର ସକାଳେ ତାଙ୍କର ଦେହାନ୍ତ ହୋଇଯାଇଥିଲା ମୂର୍ତ ଦାଶରଥି ଙ୍କ ଘର ମାନିଙ୍ଗ କଲୋନୀରେ ଓ ତାଙ୍କର ବିଧବା ସ୍ତ୍ରୀ ସୁଷମା ସାହୁ ଓ ବଡ଼ ଝିଅ ଶୁଭଲଷ୍ମୀ ସାହୁଓ ଦୁଇ ପୁଅ ଅଛନ୍ତି ବଡ଼ ପୁଅ ସଦାଶିବ ସାହୁ ଓ ସଦାନନ୍ଦ ସାହୁ। ତାଙ୍କର ଦେହାନ୍ତ ଖବରପାଇ ରେଞ୍ଜର ଘନଶାମ ସିଂ, ବନପାଳ ସୁଶାନ୍ତ ବାଗ, ବନପାଳ ପ୍ରଶାନ୍ତ ସିଂସାମନ୍ତ, ବନପାଳ ଶିରିଶ ଦଳେଇ, ବନପାଳ ହିମାଂଶୁ ମହାନ୍ତଙ୍କ ସମେତ ସମସ୍ତ ବନରକ୍ଷୀ, କର୍ମଚାରୀ, ପାରାବନକର୍ମଚାରୀ ଶୋକବ୍ୟକ୍ତ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.