ଝାରସୁଗୁଡ଼ା ଭିଏସଏସ ବିମାନବନ୍ଦର ପାଳନ କଲେ ସତର୍କତା ସଚେତନତା ସପ୍ତାହ ।

0

 

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ଭିଏସଏସ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଆଜି କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ‘ସତର୍କତା ସଚେତନତା  ସପ୍ତାହ’ କାର୍ଯ୍ୟକ୍ରମ ପ୍ରଥମ ଦିନରେ ହିଁ ଆଜି ପାଳିତ ହୋଇଛି। ଏହି ଅବସରରେ ବିମାନ ବନ୍ଦରର ସମସ୍ତ କର୍ମଚାରୀ   ସତର୍କତା ଅବଲମ୍ବନ କରିବା ପାଇଁ ଶପଥ ଗ୍ରହଣ କରିଥିଲେ। ଶପଥ ପାଠକୁ ବିମାନବନ୍ଦରର ନିର୍ଦ୍ଦେଶକ   ସିଏ କିଶୋର କୁମାର ସେନାପତି ପରିଚାଳିତ କରିଥିଲେ। ବିମାନବନ୍ଦରରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଓ ସୁରକ୍ଷା କର୍ମୀମାନଙ୍କୁ ସତର୍କ ରହିବା ପାଇଁ ଓ ଏକ ଉନ୍ନତ ଦେଶ ଗଠନ ପାଇଁ ଗୋଟିଏ ପରିବାରର ସଦସ୍ୟ ଭାବରେ ଉତ୍ସର୍ଗୀକୃତ ହୋଇ କର୍ତ୍ତବ୍ୟ ପାଳନ କରିବା ପାଇଁ ଉତ୍ସାହିତ କରିଥିଲେ। ଏହି ବର୍ଷ ସତର୍କତା ସଚେତନତା ସପ୍ତାହର କେନ୍ଦ୍ରୀୟ ବିଷୟ ‘ସତର୍କ ଭାରତ, ସମୃଦ୍ଧ ଭାରତ’  ଅଟେ। ଏହା ଆସନ୍ତା ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ପାଳିତ ହେବା ସଙ୍ଗେ ସଙ୍ଗେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଯୋଜନା ରହିଛି।

Leave A Reply

Your email address will not be published.