ବୁଗୁଡା ୨୬/୧୦ : ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ମୋଟବାଡ଼ି ଗ୍ରାମରେ ୨୩ ବର୍ଷ ବୟସ୍କା ଦୁଇ କନ୍ୟା ସନ୍ତାନଙ୍କ ମାଆ ହୋଇ ଥିବା ଜଣେ ବୋହୁ ଅକ୍ଟୋବର ୨୬ ତାରିଖ ଦିନ ନିଜେ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୋଟବାଡ଼ି ଗ୍ରାମର ଚିତ୍ରସେନ ଗୌଡ଼ଙ୍କ ପତ୍ନୀ ପୁର୍ଣ୍ଣବାସି ଗୌଡ଼ (୨୩) ସୋମବାର ଦିନ ନିଜ ଶାଶୁ ଘରେ ମଧ୍ୟାହ୍ନ ସମୟରେ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେବାଦ୍ୱାର ଘଟଣା ସ୍ଥଳରେହିଁ ମୃତ୍ୟୁ ବରଣ କରିଥିଲେ। ମହିଳା ଜଣଙ୍କ ୪ ବର୍ଷ ଓ ୭ ମାସର ଦୁଇଟି କନ୍ୟା ସନ୍ତାନ ଅଛନ୍ତି। ଖବର ପାଇ ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ଓ ସବ ଇନ୍ସପେକ୍ଟର କାର୍ତ୍ତିକ ନାୟକ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବୁଗୁଡା ଥାନା ୟୁଡି କେଶ ୩୫/୨୦ ପ୍ରକାରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୋଲିସ ପକ୍ଷରୁ ଅନୁସନ୍ଧାନ ଚାଲୁ ରହିଥିବା ଆଇଆଇସି ଶ୍ରୀ ବେହେରା ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post