ବାଇକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ୍ୟୁ

0

ବୁଗୁଡା ୨୫/୧୦ ବୁଗୁଡା ଥାନା ଅନ୍ତର୍ଗତ ଝୋଲାରୀ ବଡପଦା ପଙ୍କଜ ପଲ୍ଲୀ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଅକ୍ଟୋବର ୨୫ ତାରିଖ ଦିନ ଆସିକା-କରସିଙ୍ଗି ରାସ୍ତାର ଝୋଲାରୀ ଓ ପଙ୍କଳବାଡ଼ି ମଧ୍ୟରେ ଥିବା ପଙ୍କଜ ପଲ୍ଲୀ ନିକଟରେ ବାଇକ ଚାଳକ ଜଣକ ଭାରସାମ୍ୟ ହରାଇ ରାସ୍ତା କଡର ଏକ ଗୃହର ପାହାଚକୁ ଧକା ଦେଇ ତଳେ ପଡି ଘଟଣା ସ୍ଥଳରେହିଁ ମୃତ୍ୟୁ ବରଣ କରିଥିଲେ। ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣଙ୍କ କେନ୍ଦୁବାଡ଼ି ଗ୍ରାମର ନୀଳ ଭୂୟାଁ (୫୧) ବୋଲି ଜଣାପଡିଛି। ବୁଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଥିବା ଜଣାପଡିଛି।

ରିପୋର୍ଟ : ଡ଼ଃ. କୁମୁଦ ଚନ୍ଦ୍ର ବେହେରା

Leave A Reply

Your email address will not be published.