ଝାରସୁଗୁଡ଼ା :(ସୁଭାଷ ସହାରେ) -ବ୍ରଜରାଜନଗରର ଜନୈକ ସୋନୁ ଘୋଷଙ୍କ ଘରେ ନିଆଁ ଲାଗିବାରୁ ତାଙ୍କର ପତ୍ନୀ ପ୍ରିୟା ଘୋଷ ପୋଡ଼ିଯାଇ ଗୁରୁତର ଅବସ୍ଥାରେ ଅଛନ୍ତି। ତାଙ୍କ ଦେହର ୪୦ ଶତକଡ଼ା ପୋଡ଼ି ଯାଇଥିବାର ସୂଚନା ମିଳିଛି। ସେମାନଙ୍କ ଘରେ ଭଡ଼ା ରହୁଥିବା ଅନ୍ୟ ଜଣେ ମହିଳା ମମତା ପାତ୍ର ମଧ୍ୟ ପୋଡ଼ି ଯାଇ ଆହତ ହୋଇଛନ୍ତି। ପ୍ରାଥମିକ ଚିକିତ୍ସା ପାଇଁ ଉଭୟଙ୍କୁ ପ୍ରଥମେ ମଣ୍ଡଳିଆ ସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟ ଓ ପରେ ରାଉରକେଲାସ୍ଥିତ ଆଇଜିଏଚକୁ ନିଆ ଯାଇଥିଲା। ବ୍ରଜରାଜନଗର ଆଇଆଇସି ଲଳିତା ମୋଦି ପ୍ରାରମ୍ଭିକ ତଦନ୍ତ ପରେ ରାଉରକେଲା ଆଇଜିଏଚକୁ ଯାଇଥିବା ସୂଚନା ମିଳିଛି। ଶୋଇବା ଘର, ପୂଜା ଘର ଓ ଡ୍ରଇଂ ରୁମରେ ନିଆଁ ଲାଗି ଅନେକ ଆସବାବ ପତ୍ର ଜଳି ନଷ୍ଟ ହୋଇଯାଇଥିବା ବେଳେ ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ।
Sign in
Sign in
Recover your password.
A password will be e-mailed to you.