ଅବସରପ୍ରାପ୍ତ ଶିକ୍ଷକ ବିଦ୍ୟାଳୟକୁ ଦାନ ଦେଲେ ପାନୀୟ ଜଳ ପ୍ରକଳ୍ପ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ)- ଝାରସୁଗୁଡ଼ା ଜିଲ୍ଲା ହଂସାମୁରା କଣ୍ଟାପାଲି ଗ୍ରାମର ରତ୍ନାକର ହାଇସ୍କୁଲରେ ଶିକ୍ଷକ ଭାବରେ କାମ କରି ଅବସର ଗ୍ରହଣ କରିଥିବା ଶଶୀଭୂଷଣ ପଟେଲ ଏକ ଉଦାହରଣ ପାଲଟିଛନ୍ତି। ଯେଉଁ ସ୍କୁଲରେ ପଢ଼ୁଥିଲେ, ସେହି ବିଦ୍ୟାଳୟରେ ଶିକ୍ଷକତା କଲେ। ସେଠାରେ ଗତବର୍ଷ ଅବସର ମଧ୍ୟ ଗ୍ରହଣ କଲେ। ଅବସର ପରେ ବିଦ୍ୟାଳୟ ସହ ସଂପର୍କ ଅବ୍ୟାହତ ରଖିବାକୁ ସେଠାରେ ଏକ ପାନୀୟ ଜଳ ପ୍ରକଳ୍ପ ସ୍ଥାପନ କରିବା ପାଇଁ ୨ ଲକ୍ଷ ୬୦ ହଜାର ଟଙ୍କା ଦାନ କରିଛନ୍ତି। ଏହି ପ୍ରକଳ୍ପକୁ ଜିଲ୍ଲା ଶିକ୍ଷା ଅଧିକାରୀ କଳ୍ପନା ପଣ୍ଡା ଉଦଘାଟନ କରିଥିଲେ ।ଏହାଦ୍ୱାରା ଯେଉଁ ବିଦ୍ୟାଳୟର ଲୁଣ ଖାଇଥିଲେ, ତାର ଋଣ ପରିଶୋଧ କରିବାରେ କିଞ୍ଚିତ ମାତ୍ରାରେ ସଫଳ ହୋଇଛନ୍ତି ଵୋଲି ଶ୍ରୀ ପଟେଲ କହିଛନ୍ତି। ଏହି ପ୍ରକଳ୍ପ ଯୋଗୁଁ ଛାତ୍ରଛାତ୍ରୀ ଓ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ସ୍ବଚ୍ଛ ପାନୀୟ ଜଳ ପାଇ ପାରିବେ। ତାଙ୍କର ଏହି ମହାନ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। ଏହି ଅବସରରେ ସ୍କୁଲର ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ, ଅଵସର ପ୍ରାପ୍ତ ଶିକ୍ଷକ ବେଣୁଧର ସାହୁ,ଓଷ୍ଟା ସମ୍ପାଦକ କିଶୋର ମହାନ୍ତି ପ୍ରମୁଖ ଯୋଗଦେଇ ଥିଲେ।

Leave A Reply

Your email address will not be published.