ଅବ୍ୟବହୃତ ସାଂସଦ ପାଣ୍ଠିରୁ ଭେଣ୍ଟିଲେଟର ଥିବା ଆମ୍ବୁଲାନ୍ସ କିଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କହିଲେ ସାଂସଦ। 

0 1

ଝାରସୁଗୁଡ଼ା :(ସୁଭାଷ ସହାରେ) -ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହୋଇ ଚାଲିଛି। ମାତ୍ର ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କ ପାଇଁ ଭେଣ୍ଟିଲେଟର ଥିବା ଆମ୍ବୁଲାନ୍ସ ନ ଥିବାରୁ ଅନେକ ରୋଗୀଙ୍କ ପାଇଁ ସମସ୍ୟା ସାଂଘାତିକ ହେଉଛି। ତେଣୁ ଏହି ଦୁଇଟି ଜିଲ୍ଲା ପାଇଁ ଦୁଇଟି ଲେଖାଏଁ ଭେଣ୍ଟିଲେଟରଯୁକ୍ତ ଆମ୍ବୁଲାନ୍ସ ସାଂସଦଙ୍କ ଅବ୍ୟବହୃତ ପାଣ୍ଠିକୁ ବିନିଯୋଗ କରି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ବରଗଡ଼ ସାଂସଦ ଶ୍ରୀ ସୁରେଶ ପୂଜାରୀ ମୂଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ମାଧ୍ୟମରେ ଜଣାଇଛନ୍ତି। ଆମ୍ବୁଲାନ୍ସ କିଣିବା ପାଇଁ ସରକାର ଜିଲ୍ଲା ସ୍ତରରେ ନିଷ୍ପତ୍ତି  ନ ନେଇ ରାଜ୍ୟ ସ୍ତରରେ ନେଇଥିବାରୁ ଏହି କାମ ତ୍ବରାନ୍ବିତ ହୋଇ ପାରୁନାହିଁ ବୋଲି ସାଂସଦ କହିଛନ୍ତି। ଏଥିପାଇଁ ରାଜ୍ୟ ସରକାର ନିଜେ ତୁରନ୍ତ ଆମ୍ବୁଲାନ୍ସ କିଣି ଜିଲ୍ଲାଗୁଡ଼ିକୁ ଦିଅନ୍ତୁ ନଚେତ ଆମ୍ବୁଲାନ୍ସ କିଣିବା ପାଇଁ ଜିଲ୍ଲାପାଳମାନଙ୍କୁ ସ୍ବତନ୍ତ୍ର କ୍ଷମତା ଦିଅନ୍ତୁ ବୋଲି ଶ୍ରୀ ପୂଜାରୀ ଦାବି କରିଛନ୍ତି। 

ଭିନ୍ନ ଏକ ଘଟଣାକ୍ରମରେ, ସାଂସଦ ପୂଜାରୀ ନିଜ ପ୍ଲାଜମା ପ୍ରଦାନ କରିବା ପାଇଁ ଆଜି ଭୀମସାରରେ ରକ୍ତ ନମୁନା ଦେଇଛନ୍ତି। ଗୁରୁତର ସଂକ୍ରମିତ ଥିବା କୋରୋନା ସଂକ୍ରମିତଙ୍କ ପାଇଁ କୋରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ୪୦ ଦିନ ପରେ ପ୍ଲାଜମା ଦାନ କରି ପାରିବେ। ଶ୍ରୀ ପୁଜାରୀ ମଧ୍ୟ କୋରୋନା ସଂକ୍ରମିତ ହୋଇ ସୁସ୍ଥ ହୋଇଛନ୍ତି। ଆଜି ଭୀମସାରର ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ସେ ନିଜର ରକ୍ତ ନମୁନା ପ୍ରଦାନ କରିଥିବା କଥା ସୋସିଆଲ ମିଡ଼ିଆ ମାଧ୍ୟମରେ ଜଣାଇଥିଲେ।

Leave A Reply

Your email address will not be published.