ଛାତ୍ରୀଙ୍କ ନାମ ଲେଖାପାଇଁ ସହାୟତାର ହାତ ବଢ଼ାଇଲେ ସରପଂଚ

0 1

 ଗରିବ ଝିଅ ଟିନାକୁ ସ୍ନାତକରେ ନାମ ଲେଖାଇବାକୁ ସହାୟତା କଲେ ଟିଟିଲାଗଡ଼ ବ୍ଳକ ସିହିନି ସରପଞ୍ଚ ବୀରବର ସାହୁ ।

 ଟିଟିଲାଗଡ / ଗୌରବ ଦର୍ଜୀ : ମହାମାରୀ କରୋନା ଭୟଙ୍କର ରୂପ ଧାରଣ କରିଥିବାରୁ ଅନେକ ଲୋକଙ୍କ ଧନଜୀବନ ହାନି ହେବା ସହ ଜୀବନ ଜୀବିକା ମଧ୍ୟ ହରାଇ ବସିଲେଣି । “ଆଜିର ଛାତ୍ରୀ କାଲିର ଭବିଷ୍ୟତ” | ଉଚ୍ଚ ଶିକ୍ଷା ଅଧ୍ୟୟନ କରିବା ପାଇଁ ମନ ବଳାଉ ଥିବା ବେଳେ କିମ୍ବା ଦୃଢ ଇଛାଶକ୍ତି ଥିଲେ ମଧ୍ୟ ଅର୍ଥ ଅଭାବରୁ ନାମ ଲେଖାଇ ପାରିନଥିଲେ ଛାତ୍ରୀ ଟିନା । ସାମାଜିକ ଗଣମାଧ୍ୟମର ମଧ୍ୟ ଅନେକ ଙ୍କୁ ସହଯୋଗ ମାଗିଥିଲେ କେହିଜଣେ ମଧ୍ୟ ସହଯୋଗ ହାତ ବଢାଇ ନ ଥିଲେ।  

ଟିନା ନାଗ , ପିତା-ଛବି ନାଗ ,ଗ୍ରାମ-ଖଜୁରପଡା,ଗ୍ରା:ପ- ସିରୁଲ । ଏହିଭଳି ଘଡିସନ୍ଧି ମୁହୁର୍ତ୍ତରେ ଗରିବ ହୋଇଥିବାରୁ ଛାତ୍ରୀ ଜଣଙ୍କୁ ଉଚ୍ଚ ଶିକ୍ଷା ଅଧ୍ୟୟନ ପାଇଁ ସହଯୋଗର ହାତ ବଢାଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଟିଟିଲାଗଡ଼ ବ୍ଳକ ସରପଞ୍ଚ ସଂଘ ସଭାପତି ତଥା ଜିଲ୍ଲା ସରପଞ୍ଚ ସଂଘ ସମ୍ପାଦକ ଶ୍ରୀ ବୀରବର ସାହୁ ।  ଛାତ୍ରୀ ଜଣଙ୍କର ନାମ ଲେଖା ତାରିଖ ୩୦/୦୯/୨୦ ରେ ଥିବା ବେଳେ ଅର୍ଥାଭାବରୁ ରୁ ନାମଲେଖାଇ ପାରିନଥିଲେ । କିନ୍ତୁ ଶ୍ରୀଯୁକ୍ତ ସା‌ହୁଙ୍କ ସହଯୋଗ ର ହାତ ବଢାଇ ବାରୁ ଆଜି ସେ ଟିଟିଲାଗଡ଼ ଡିଏଭି  ମହାବିଦ୍ୟାଳୟରେ ନାମ ଲେଖାଇ ସେ ତାଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ବୋଲି ଶ୍ରୀ ସାହୁ ଆଶା ବାନ୍ଧିଥିବା କହିଛନ୍ତି ।

 

Leave A Reply

Your email address will not be published.