ବିଜୁ ଯୁବ ଜନତା ଦଳ ପକ୍ଷରୁ ପଦଯାତ୍ରା ଏବଂ ଜନ ସଚେତନତା ଯାତ୍ରା।  

0

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ବିଜୁ ଯୁବ ଜନତା ଦଳ ସମ୍ବଲପୁର ପକ୍ଷରୁ ଜିଲ୍ଲା ସଭାପତି ଲକ୍ଷ୍ମୀ ମହାପାତ୍ର ଙ୍କ ନେତୃତ୍ୱରେ ଆଜି ସମ୍ବଲପୁର ମହାନଗର ନିଗମ ୱାର୍ଡ଼ ନମ୍ୱର୍ ୧୨ ରେ ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ଜନ ସମ୍ପର୍କ ପଦ ଯାତ୍ରା ସହ କୋରୋନା ସଂକ୍ରମଣ ବିରୋଧରେ ଜନ ସଚେତନତା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ନଳିନୀ ପ୍ରଧାନ, ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସ, ଛାତ୍ର ବିଜେଡ଼ି ଜୋନ ସଭାପତି ମିଳନ ହୋତା, ଯୁବ ବିଜେଡ଼ି ନେତା ମନୋଜ ମହାପାତ୍ର, ହିରା ଲାଲ ବେହେରା, ଛାତ୍ର ଜୋନ ସାଧାରଣ ସମ୍ପାଦକ ଅନୁଜ ଜେନା, ଯୁବ ନେତା ସୁଭାସିସ ପଣ୍ଡା, ସୋରେନ୍ଦ୍ରି ନାୟକ, ପ୍ରଶାନ୍ତ ଥାପା, ଅମିତ ନାଥ, ଛାତ୍ର ବିଜେଡ଼ି ଉପସଭାପତି ସୁମିତ ପଟେଲ, ସମ୍ପାଦକ ସୈାରବ ସେନ, ସମ୍ପାଦକ ଜଗା ସେଠୀ, ଦିଲିପ୍ ଦାସ, ଉତ୍ତମ ବାଗ, ମଞ୍ଜୁ ଓରାମ, କୁନା ବାଘ, ମହେଶ ଗର୍ଡିଆ, କନହା ବାଘ ପ୍ରମୁଖ ଉପସ୍ଥିତ ଥିଲେ। ଏହି ୱାର୍ଡ଼ ର ଯୁବ ଛାତ୍ର ମହିଳା ମାନଙ୍କ ଉପସ୍ଥିତିରେ ଏକ ସଭା ଅନୁଷ୍ଠିତ କରାଯାଇ କୋରୋନା ସଂକ୍ରମଣ ବିରୋଧରେ ସଚେତନତା ସଭା କରଜାଇ ମାଷ୍କ୍ ବ୍ୟବହାର, ସାବୁନ୍ ରେ ବାରମ୍ବାର ହାତ ଧୋଇବା, ଅତି ଜରୁରୀ ନ ଥିଲେ ଘରୁ ବାହାରକୁ ନ ଯିବା ପାଇଁ ବକ୍ତା ମାନେ ଅନୁରୋଧ କରିଥିଲେ। ସମସ୍ତଙ୍କୁ ମାସ୍କ୍ ବଣ୍ଟନ କରାଯିବା ସହ ଗ୍ରାମ୍ୟ ଭ୍ରମଣ କରାଯାଇଥିଲା  

Leave A Reply

Your email address will not be published.