ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ଲାଲବହାଦୁର  ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ-

0

http://www.youtube.com/watch?v=oKLGV9IK93k 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରେ ଜାତିର ପିତା ମହାତ୍ମାଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି।

 ଏହି ଅବସରରେ ଜିଲ୍ଲା ଶିକ୍ଷାଅଧିକାରୀ ପ୍ରଦୀପ କୁମାର ନାଗ ଉଭୟ ମହାତ୍ମା ଗାନ୍ଧୀ ଓ ଲାଲବହାଦୁର  ଶାସ୍ତ୍ରୀଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଵଳନ କରିଥିଲେ। ସେହି ମହାନ ସଂଗ୍ରାମୀ ମାନଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ନାଗ ତାଙ୍କ ଭାଷଣରେ କହିଥିଲେ ଯେ ସେମାନେ ନିଜ ଜୀବନରେ ବହୁ କଷ୍ଟ ସହ୍ୟ କରି ଭାରତକୁ ସ୍ୱାଧୀନ କରିବା ସଙ୍ଗେ ସଙ୍ଗେ ଭାରତକୁ ଏକ ସମୃଦ୍ଧଶାଳୀ ରାଷ୍ଟ୍ରରୂପେ ଗଠନ କରିବା ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି କହିଥିଲେ । ତେଣୁ ସେମାନଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ କରିଥିଲେ ।

ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ସଙ୍ଗେ ସଙ୍ଗେ ମହାତ୍ମା ଗାନ୍ଧୀଙ୍କ ସତ୍ୟ ଓ ଅହିଂସା ନୀତି ଦ୍ବାରା ସମସ୍ତଙ୍କ ନିକଟରେ ପରିଚିତ । ଠିକ୍ ସେହିପରି ଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲବହାଦୁର ଶାସ୍ତ୍ରୀଙ୍କ ମୂଳମନ୍ତ୍ର ଥିଲା “ଜୟ ଜବାନ ଯେ କିଷାନ” ଦ୍ବାରା  ସେ ସମସ୍ତଙ୍କ ଠାରେ କିଭଳି ଆଦୃତ ହୋଇ ପାରିଛନ୍ତି ସେ ସମ୍ପର୍କରେ କହିଥିଲେ ।

   ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମନୋଜ ରଞ୍ଜନ ଦଳାଇ , ବଡବାବୁ ଲକ୍ଷଣ ପାଇକ , ଇନଚାର୍ଜ ଆଇ.ପି . ସଞ୍ଜୟ  ପାତ୍ର , କିଶୋର ଦାସ , ସୁରେନ୍ଦ୍ର ପାତ୍ର ,  ସୁଲତା ଶୁଭଦର୍ଶନୀ , ପାରଦେଶମ୍ କନସୁ ପ୍ରମୁଖ ଉପସ୍ଥିତ ଥିଲେ । କୋଭିଡ଼ି-୧୯ ନିୟମ ଅନୁଯାୟୀ ସମସ୍ତେ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ବଜାୟ ରଖି ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.