ବିଶୋଇ ସାର୍ନା ଛକରେ ଗ୍ୟାସଗାଡି ଧକ୍କାରେ ସ୍ବାମୀ ସ୍ତ୍ରୀ ମୃତ, ଅନ୍ୟ ଜଣେ ମହିଳା ଗୁରୁତର

0

ବାରିପଦା(ଦିଲ୍ଲୀପ  ମହାନ୍ତି)-ମୟୂରଭଂଜ ଜିଲ୍ଲାର ବିଶୋଇ ଥାନା ଅଧୀନ ତଥା ବିଶୋଇ ବଜାର ନିକଟସ୍ଥ ସାନ୍ନା ଛକରେ ସୋମବାର  ଅପରାହ୍ନରେ  ଏକ ଇଣ୍ଡେନ ଗ୍ୟାସ ସିଲିଣ୍ଡର ଗାଡି ରାସ୍ତା କଡ଼ରେ ଠିଆ ହୋଇଥିବା ଦୁଇ ଅଙ୍ଗନବାଡ଼ି ଦିଦି ଏବଂ ଜଣ ଦିଦିଙ୍କ ସ୍ବାମୀ ଛିଡ଼ା ହୋଇଥିବାବେଳେ ହଠାତ୍ ଗ୍ୟାସ ଗାଡି ଆସି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣେ ଅଙ୍ଗନବାଡ଼ି ଦିଦିଙ୍କ ମୃତ୍ୟୁ ହୋଇଥିଲା ଓ ତାଙ୍କ ସ୍ବାମୀ ଏବଂ ଅନ୍ୟ ଜଣେ ଅଙ୍ଗନବାଡ଼ି ଦିଦି ଗୁରୁତର ହୋଇଥିଲେ । ସେମାନଙ୍କୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣା ଯାଇଥିଲା । ସେଠାରେ ସୁକୁରା ମୁଣ୍ଡା(୪୫)ଙ୍କ ମୃତ୍ୟୁ ହୋଇଥିଲା । ସୁକୁରା ମୁଣ୍ଡା ଏବଂ ତାଙ୍କ ସ୍ତ୍ରୀ ସାବିତ୍ରୀ ମୁଣ୍ଡା (୪୦) ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅପରପକ୍ଷରେ ଅନ୍ୟ ଜଣେ ଅଙ୍ଗନବାଡ଼ି ଦିଦି ନିରୁପମା ହେମ୍ବ୍ରମ (୪୫)ଙ୍କ ପିଠିରେ ମାଡ଼ ହୋଇଛି । ସେ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ଆଜି ବିଶୋଇ ଅଙ୍ଗନବାଡ଼ି କେନ୍ଦ୍ରରେ ଅଙ୍ଗନବାଡ଼ି କାର୍ମୀମାନଙ୍କର ଏକ ବୈଠକ ଥିଲା । ବୈଠକ ଶେଷ ହେବା ପରେ ସେମାନେ ଘରକୁ ଫେରିବା ପାଇଁ ଆସି ସାର୍ନା ଛକରେ ଠିଆ ହୋଇଥିଲାବେଳେ ଏହି ଦୁର୍ଘଟଣା ଘଟିଥିଲେ । ଖବର ପାଇ ଅଙ୍ଗନବାଡ଼ି ସଂଘର କର୍ମକର୍ତ୍ତା ମାନେ ରାଇରଙ୍ଗପୁର ଡାକ୍ତରଖାନା ପହଂଚି ଥିଲେ । ମୃତ ଅଙ୍ଗନବାଡି କାର୍ମୀ ଓ ତାଙ୍କ ସ୍ବାମୀଙ୍କ ଘର ବିଶୋଇ ଥାନା ଅନ୍ତର୍ଗତ ନଙ୍ଗଳବେଣ୍ଟା ପୋଖରୀଆ ପଞ୍ଚାୟତର ଅସନଶିକଳ ଗାଁ ଏବଂ ଗୁରୁତର ନିରୁପମାଙ୍କ ଘର ଘୋଳାବିନ୍ଧା ଅଂଚଳରେ। ଗୁରୁତର ନିରୁପମାଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି ।

Leave A Reply

Your email address will not be published.