ଅଗମ୍ୟ ଇଲାକାରେ ଉପ ଜିଲ୍ଲାପାଳ

0

http://www.youtube.com/watch?v=l6gZSsYoXY8 

ଗୁଣୁପୁରରୁ ମାଧବ ବିଡ଼ିକା : ରାୟଗଡ ଜିଲ୍ଲାର ଅଗମ୍ୟ  ଇଲାକାରେ ଗୁଣପୁର ଉପ ଜିଲ୍ଲାପାଳ । ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଜେ, ସୋନାଲ ଚନ୍ଦ୍ରପୁର   ଗସ୍ତକରି ବ୍ଲକ୍ ର ହନୁମନ୍ତ ପୁର ଗ୍ରାମ ପଞ୍ଚୟତର ଗୋଣ୍ଡମା,ମହାପଂଗା,ବନ୍ଧୁଗାଁ,ସୁରୁଗୁଡ଼ା ଓ ବିଜାପୁର ଗ୍ରାମ  ପଞ୍ଚୟତର ସୁରୁଲୁ,ସିଖରଗୁଡ଼ା,ସୁରେଶି ଆଦି ଅଞ୍ଚଳ ଗସ୍ତ କରିଛନ୍ତି । ଗସ୍ତ ସମୟରେ ଚନ୍ଦ୍ରପୁର ଭଳି ଅଞ୍ଚଳରର ସମସ୍ତ ଜଣ ସାଧାରଣ ସରକାରଙ୍କ ସୁବିଧା ପାଉଛନ୍ତି ନା ନାହିଁ ତାର ସମୀକ୍ଷା କରିଥିଲେ । ଜୀବନ ଜୀବିକା ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ଗ୍ରାମବାସୀ ଙ୍କ ସହ ଆଲୋଚନା କରିଥିଲେ। ଚାଲି ଚାଲି ଓ ନଦୀ ପାର କରି ବୁଲି ଦେଖିଥିଲେ ।

ପୂର୍ବରୁ ପୂର୍ବତନ ଉପ ଜିଲ୍ଲାପାଳ ଶ୍ରୀ ଅମୃତ ଋତୁରାଜ, ଡାକ୍ତର ସିଦ୍ଧେଶ୍ଵର ବଳିରାମ ବନ୍ଦୋର ଗସ୍ତ କରି ଚନ୍ଦ୍ରପୁର ଅଞ୍ଚଳର ଉନ୍ନତି ନିମନ୍ତେ ଚେଷ୍ଟା କରିଥିବା ବେଳେ ଆଜିକାର ଶ୍ରୀ ସୋନାଲଙ୍କ ଗସ୍ତ ଅଞ୍ଚଳ ବାସୀଂକଙ୍କ ମନରେ ନୂଆ ଉନ୍ମାଦନା ସୃଷ୍ଟି  କରିଛି । ଉପ ଜିଲ୍ଲାପାଳ ଙ୍କ ଗସ୍ତ ସମୟରେ ଚନ୍ଦ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଜର୍ଜ ଡୁଙ୍ଗଡୁଙ୍ଗ, ତହସିଲଦାର ଶ୍ରୀମତୀ ଇପ୍ସିତା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.