ବସ ମୋଟରସାଇକେଲ ଧକ୍କା, ୨ ମୋଟରସାଇକେଲ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ

0

ବାରିପଦା/ଦିଲ୍ଲୀପ ମହାନ୍ତି : ମୟୂରଭଞ୍ଜ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥର ବାରିପଦା ସହର ଉପକଣ୍ଠ ମଞ୍ଚାବନ୍ଧା  ମଙ୍ଗଳା ମନ୍ଦିର ନିକଟରେ ତାମିଲନାଡୁରୁ ବାରିପଦା ଅଭିମୁଖେ ଆସୁଥିବା ଏକ ବସ ଧକ୍କାରେ ଦୁଇଜଣ  ମୋଟର ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଛି। ଟିଏନ ୨୮ ଜେ ୩୦୦୩ ବସଟି ବାରିପଦା ଅଭିମୁଖେ ଆସୁଥିବା ବେଳେ ରଙ୍ଗ ରୁଟରେ ବେତନଟୀ ଅଭିମୁଖେ ଯାଉଥିବା ଏକ ମୋଟରସାଇକେଲ ସହିତ ବସର ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି। ବାଇକ ଆରୋହୀ ଦୁଇଜଣଙ୍କର ପରିଚୟ ଜଣାପଡିନାହିଁ। ଘଟଣାସ୍ଥଳରେ ପୁଲିସ ପହଁଚିଛି।

Leave A Reply

Your email address will not be published.