ଦ୍ୱାଦଶାହରେ ସ୍ବର୍ଗତଃ ରାଧେଶ୍ୟାମ ପୁରୋହିତଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି 

0

ପଦ୍ମପୁର(ଶାସକ ପ୍ରଶାସକ) :ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ପିତା ତଥା ପ୍ରତିଷ୍ଠିତ ପୁରୋହିତ ହୋଟେଲର ପ୍ରତିଷ୍ଠାତା ସ୍ବର୍ଗତଃ ରାଧେଶ୍ୟାମ ପୁରୋହିତଙ୍କ ଦ୍ୱାଦଶାହ ଅବସରରେ ପଦ୍ମପୁର, ପାଇକମାଲ ଏବଂ ଝାରବନ୍ଧ ଅଞ୍ଚଳର ବହୁ ମାନ୍ୟଗନ୍ୟ ବ୍ୟକ୍ତି ମାନେ ସ୍ବର୍ଗତଃ ପୁରୋହିତଙ୍କ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିବା ସହ ଶ୍ରଦ୍ଧା ସୁମନ ଜ୍ଞାପନ ପୂର୍ବକ ସ୍ମୃତି ଚାରଣ କରିଥିଲେ। ସ୍ବର୍ଗତଃ ପୁରୋହିତଙ୍କ ଭାବମୂର୍ତି ଅଞ୍ଚଳର ସମସ୍ତଙ୍କ ହୃଦୟରେ ଚିର ସ୍ମରଣୀୟ ରହିବା ସହ ତାଙ୍କର ଆପଣା ପଣିଆକୁ ମନେ ପକାଇ ବିଭିନ୍ନ ଅନୁଷ୍ଠାନ ତଥା ବୁଦ୍ଧି ଯିବି ମହଲ ତରଫରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.