ଆଦିବାସୀ ହାଇସ୍କୁଲରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦ୍ବାଦଶ ପ୍ରଧାନଙ୍କ ବଦଲି ଦାବୀରେ ସ୍କୁଲରେ ତାଲାବନ୍ଦ କଲେ ଗ୍ରାମବାସୀ ।

0

ପଦ୍ମପୁର-ପଦ୍ମପୁର ଉପଖଣ୍ତ ସର୍ଗିବାହାଲ ଗ୍ରାମର ଅବସ୍ଥିତ ଆଦିବାସୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଗ୍ରାମବାସୀ ଓ ବିଦ୍ୟାଳୟ କମିଟି ଆଜି ତାଲାବନ୍ଦ କରିଛନ୍ତି  । ଏଠାରେ କାର୍ଯ୍ୟରତ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ଦ୍ବାଦଶ ପ୍ରଧାନଙ୍କ ଅନେକ ଅସନ୍ତୋଷ କାର୍ଯ୍ୟ ଯଥା କମିଟି ଗଠନ ରେ ଜାଳିୟାତି, ଅର୍ଥ ଅନିୟମିତତା, ପୁରୁଣା ହଷ୍ଟେଲକୁ ସ୍ବଇଚ୍ଛାରେ ଭାଙ୍ଗିବା, ପାଠପଢ଼ା ରେ ଅବହେଳା ହେତୁ ଗ୍ରାମବାସୀ ବଦଳି ଦାବିରେ ଜିଲ୍ଲା ଶିକ୍ଷା ଅଧିକାରୀ ବରଗଡ଼ଙ୍କୁ ଜୁନ ମାସରୁ ଅନେକ ଥର ଅବଗତ କରା ଯାଇଛି  । ସେ ନିଜେ ମଧ୍ୟ ଗ୍ରାମବାସୀ ଠାରେ ସ୍ବଇଚ୍ଛାରେ ବଦଳି ଯିବାର ସ୍ବୀକୃତି ଦେଇଥିଲେ  । ତାହା ମଧ୍ୟ କଲେ ନାହିଁ  । ଯାହା ଫଳରେ ଗ୍ରାମବାସୀ ଆଦିବାସୀ ହରିଜନ ବହୁଳ ନିରୀହ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ଚିନ୍ତା କରି ତାଲାବନ୍ଦ କରିଛନ୍ତି  । ପ୍ରକାଶ ଥାଉକି ଏଠାରେ ଜଣେ ଶିକ୍ଷୟତ୍ରୀ ପ୍ରାୟ ଦଶ ମାସ ହେଲା ଯୋଗଦାନ କରିଛନ୍ତି  । ମାତ୍ର ପ୍ରଧାନ ତାଙ୍କୁ ଏ ଯାଏଁ ତାଙ୍କ ଦାୟିତ୍ୱ ଦେଇ ନାହାନ୍ତି  ଏବଂ ନିଜେ ସମସ୍ତ କାର୍ଯ୍ୟ ତୁଲାଉଛନ୍ତି । ଏ ଗରିବ ଅନୁଷ୍ଠାନ ର ସ୍ବାର୍ଥ ରକ୍ଷା ପାଇଁ ତୁରନ୍ତ ପ୍ରଶାସନ ପଦକ୍ଷେପ  ନେବାକୁ ସର୍ବ ଗୌନ୍ତିଆ  ଶୀତଳ ବରିହା,ଲୋଚନ ବରିହା, ଦୀପକ ବରିହା, ଛାୟା ମେହେର, କିରଟ ବରିହା, ଗୁଣ ସାଗର ନାୟକ, ଶ୍ରୀବନ୍ତ ଦାସ,ସ୍କୁଲ କମିଟି ସଭାପତି ସୁଧୀର କୁମାର ମେହେର,ସମିତି ସଭ୍ୟ ଚିତ୍ରସେନ ବେହେରା, ୱାର୍ଡ ମେମ୍ବର ରାଜୀବ ମେହେର, ମନୋଜ ମେହେର, ପ୍ରଶାନ୍ତ ମେହେର ପ୍ରମୁଖ ଗ୍ରାମବାସୀ ଓ ସ୍କୁଲ କମିଟି ପକ୍ଷରୁ ନିବେଦନ କରିଛନ୍ତି  ।

Leave A Reply

Your email address will not be published.