ସମବାୟ ସମିତିରେ ନିଆଁ ଲାଗି ଜଳିଗଲା ନଗଦ ତିନି ଲକ୍ଷ ଟଙ୍କା ଓ ଦରକାରୀ କାଗଜପତ୍ର। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) – ଝାରସୁଗୁଡ଼ା ଜିଲ୍ଲା ଲଇକେରା  ସମବାୟ ସମିତିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କା ଓ ବହୁ ଆବଶ୍ୟକୀୟ କାଗଜପତ୍ର ପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି। ଯଦିବା ଅଗ୍ନିକାଣ୍ଡର କୌଣସି ପ୍ରକୃତ କାରଣ ଜଣା ପଡ଼ିନାହିଁ, ମାତ୍ର ସଟ ସର୍କିଟ ଯୋଗୁଁ ଏହା ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି। 

ଏପର୍ଯ୍ୟନ୍ତ ହସ୍ତଗତ ହୋଇଥିବା ସୂଚନା ଅନୁସାରେ, ଅଗ୍ନିକାଣ୍ଡ ଯୋଗୁଁ ଚାଷୀଙ୍କ ସମ୍ବନ୍ଧିତ ସମସ୍ତ କାଗଜପତ୍ର,ସମସ୍ତ ନଥିପତ୍ର, ଅଫିସ କମ୍ପ୍ୟୁଟର ଓ ନଗଦ ତିନି ଲକ୍ଷ ଟଙ୍କା ସହ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ସୂଚନା ମିଳିଛି। ଏହି କାଗଜପତ୍ର ମଧ୍ୟରେ ସାମିଲ ଅଛି ଲାଇକେରା ବ୍ଲକର ୩ ଟି ପଞ୍ଚାୟତର ୨୫୦୦ ଚାଷୀଙ୍କ ଋଣ ସମ୍ବନ୍ଧୀୟ କାଗଜପତ୍ର । ଘଟଣା ସ୍ଥଳରେ ଉଭୟ ଅଗ୍ନିଶମ ବିଭାଗ ଓ ପୋଲିସ୍ ପହଞ୍ଚି ଥିଲେ। ପୋଲିସ ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛନ୍ତି। ଆଗାମୀ ଦିନରେ ଏହି ଘଟଣା ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି ମତ ପ୍ରକାଶ ପାଇଛି।

Leave A Reply

Your email address will not be published.