ମାତ୍ର ୨୦ ଦିନ ପରେ ଅଚଳ : ପ୍ରକଳ୍ପରୁ ବାହାରୁନି ପାଣି, ଲୋକେ ପାଣି ପାଇଁ ଡହଳ ବିକଳ

13

 ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ

ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ବୁର୍ଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନିର୍ମିତ ହୋଇଥିବା ଏକ ପ୍ରକଳ୍ପରୁ ଟୋପାଏ ଜଳ ମଧ୍ୟ ମିଳୁ ନାହିଁ I ମାତ୍ର ୨୦ ଦିନ ପୂର୍ବେ ପ୍ରତିଷ୍ଠା ହୋଇଥିବା ଏହି ପ୍ରକଳ୍ପରୁ ଗତ ୧୦/୧୨ ଦିନରୁ ଅଧିକ ହେଲାଣି ପାଣି ଟୋପେ ବି ମିଳୁ ନାହିଁ I ଫଳରେ ପଞ୍ଚାୟତ କାର୍ଯ୍ୟାଳୟ କୁ ଆସୁଥିବା ସ୍ଥାନୀୟ ଲୋକ ମାନେ ବିଶୁଦ୍ଧ ପାଣି ପିଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି I ସୂଚନା ଅନୁସାରେ ,୧୪ତମ ସିଏଫସି ଅନୁଦାନ ରେ ପ୍ରାୟ ୨ଲକ୍ଷ ୫୦ ହଜାର ଟଙ୍କା ବିନିମୟରେ ବୁର୍ଡା ପଞ୍ଚାୟତର କାର୍ଯ୍ୟାଳୟ ପରିସର ଭିତରେ  ନିର୍ମିତ ହୋଇଥିଲା I ମାତ୍ର ୨୦ ଦିନ  ତଳେ ନିର୍ମିତ ଏହି ପ୍ରକଳ୍ପ ରୁ ପାଣି ନ ମିଳିବା ସମସ୍ତଙ୍କୁ ଆଶ୍ଚଯ୍ୟ ଚକିତ କରିଛି I

ପଞ୍ଚାୟତ କାର୍ଯ୍ୟାଳୟ କୁ ପ୍ରତ୍ୟେକ ଦିନ ପଞ୍ଚାୟତର ବିଭିନ୍ନ ଗ୍ରାମର ଲୋକ ମାନେ ନିଜ ନିଜ କାମ ପାଇଁ କାର୍ଯ୍ୟାଳୟ କୁ ଆସିଥାନ୍ତି ଏବଂ ସେମାନଙ୍କୁ ତ୍ରୁସା ଲାଗିଲେ  ଏହି ପ୍ରକଳ୍ପ ଉପରେ ନିର୍ଭରଶୀଳ ହୋଇଥାନ୍ତି  I ତେଣୁ ଗତ ୧୦/୧୨ ଦିନରୁ ଉର୍ଦ୍ଧ ହେବ ଏଥିରୁ ପାଣି ନମିଳିବା କାରଣ ରୁ ଲୋକ ମାନେ ଅନେକ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି I  ଏହି ପ୍ରକଳ୍ପ ଟି ଅଚଳ ହୋଇଥିଲେ ମଧ୍ୟ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ କୌଣସି ସୁବ୍ୟବସ୍ଥା କରାଯାଉ ନାହିଁ I ଏନେଇ ପଞ୍ଚାୟତର ନିର୍ବାହୀ ଅଧିକାରୀ ଙ୍କୁ ପଚାରିବାରୁ ସେ କହିଲେ ଯେ , ଯଦି ପାଣି ବାହାରୁ ନାହିଁ , ତେବେ ଏହାର ପ୍ରତିକାର କରାଯିବ ବୋଲି ଏକ ଖାମଖିଆଲି ଉତ୍ତର ଶୁଣିବାକୁ ମିଳିଥିଲା I ତେଣୁ ଏଦିଗରେ ବିଭାଗୀୟ କତ୍ତୁପକ୍ଷ ଦୁଷ୍ଟି ଦେଇ , ଏହି ପାନୀୟ ପ୍ରକଳ୍ପ କୁ କାର୍ଯ୍ୟ କ୍ଷକ କରିବାକୁ ସାଧାରଣ ରେ ଦାବି ହେଇଛି I

Leave A Reply

Your email address will not be published.