ପାଟଣା ବିଧାୟକ ସରୋଜ ମେହେର କୋଭିଡ ଆକ୍ରାନ୍ତ

0 1

ପାଟଣାଗଡ,(ସ୍ୱତନ୍ତ୍ର ପ୍ରତିନିଧି): ସାରା ରାଜ୍ୟରେ କରୋନା ମହାମାରୀ ବଢି ବଢି ଚାଲିଛି । ଏହାରି ମଧ୍ୟରେ ପାଟଣାଗଡ ବିଧାୟକ ସରୋଜ ମେହେର କରୋନାରେ ସଂକ୍ରମିତ ହୋଇଛନ୍ତି । ପଜିଟିଭ୍ ଚିହ୍ନଟ ନେଇ ଖୋଦ୍ ବିଧାୟକ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି । ଏହା ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋଭିଡ ପରୀକ୍ଷା କରାଇବାକୁ ସେ ପରାମର୍ଶ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ କୋଭିଡ କାଳରେ ବିଧାୟକ ନିଜ ନିର୍ବାଚନମଣ୍ଡଳୀର ବିଭନ୍ନ ଗ୍ରାମ ଗସ୍ତକରି ଲୋକଙ୍କୁ ସଚେତନ କରିବା ସହ ଲୋକମାନଙ୍କୁ ସହଯୋଗର ହାତ ବଢ଼ାଇ ଆସୁଥିଲେ । ବିଗତ ବର୍ଷାରେ କ୍ଷତିଗ୍ରସ୍ତ ଗ୍ରାମ ଗୁଡିକୁ ଗସ୍ତ କରି ଲୋକଙ୍କ ସୁବିଧା ଅସୁବିଧା ବୁଝି ଆସୁଥିଲେ । 

ବିଧାୟକ ଶ୍ରୀ ମେହେର ତାଙ୍କ ଟୁଇଟରେ କହିଛନ୍ତି ଯେ ” ମୋର କରୋନା ରିପୋର୍ଟ ପୋଜିଟିଭ ଆସିଛି କିନ୍ତୁ କରୋନାର କିଛି ଲକ୍ଷଣ ମୋର ନାହିଁ କିନ୍ତୁ ଟେଷ୍ଟ ରିପୋର୍ଟ ପୋଜିଟିଭ ଆସିଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ କ୍ୱାରେନଟାଇନରେ ଅଛି ଏବଂ ମୁଁ ସୁସ୍ଥ ଅଛି ବିଗତ କିଛି ଦିନରେ ମୋ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ମୋର ଅନୁରୋଧ ନିଜର କରୋନା ପରୀକ୍ଷା କରାଇ ନିଅନ୍ତୁ  ।”

Leave A Reply

Your email address will not be published.