ଡାକ୍ତରଙ୍କ କୋରୋନା ପଜିଟିଭ, ହଇରାଣ ହେଉଛନ୍ତି ସାଧାରଣ ଜନତା। 

0 2

ଝାରସୁଗୁଡ଼ା :(ସୁଭାଷ ସହାରେ) /ଝାରସୁଗୁଡ଼ାସ୍ଥିତ ମଙ୍ଗଳବଜାରର ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତର କୋରୋନା ପଜିଟିଭ ବୋଲି ଜଣାପଡ଼ିବା ପରେ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଗତ ଏକ ସପ୍ତାହରୁ ଉର୍ଦ୍ଧ୍ଵ ହେବ ବନ୍ଦ କରି ଦିଆଯାଇଛି ।ଏହାଦ୍ୱାରା ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରଶୀଳ ହଜାର ହଜାର ସ୍ଥାନୀୟ ବାସିନ୍ଦା ସମସ୍ୟାର ଶୀକାର ହେଉଛନ୍ତି। 

ସୂଚନାନୁସାରେ, ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ଥିବା ଜଣେ ଡାକ୍ତର କୋରୋନା ପଜିଟିଭ ବୋଲି ଜଣାପଡ଼ିବା ପରେ ଲୋକଙ୍କୁ ସୂଚିତ ନ କରାଯାଇ ଏହାକୁ ବନ୍ଦ କରିଦିଆଯାଇଥିଲା। ଏହାସହ ଏଠାରେ ଥିବା ଅନ୍ୟ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ହୋମ କ୍ବାରେନ୍ଟାଇନରେ ଯିବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଅପର ପକ୍ଷରେ ସଂପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ ଜନତା କୋଭିଡ ନିୟମାବଳୀର ଖୋଲା ଉଲ୍ଲଂଘନ ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି। ସଂପୃକ୍ତ ଡାକ୍ତର ମହାଶୟ ହୋମ କ୍ବାରେନ୍ଟାଇନ ଅବଧିରେ ବଜାରରେ ଖୋଲାଖୋଲି ବୁଲାବୁଲି କରୁଥିବା, ବୁଧବାର ସକାଳେ ବେହେରାମାଲ ଶଙ୍କର ହୋଟେଲ ସାମନାରେ ଥିବା ଏକ ଠେଲାରେ ଖାଉଥିବା ମଧ୍ୟ ଲୋକେ ଦେଖିବାକୁ ପାଇଥିଲେ ବୋଲି ଖବର ମିଳିଛି। ଅପରନ୍ତୁ ଡାକ୍ତର ମହାଶୟ ବୁଧବାର ଦିନ ମହାଶୟ କାହାକୁ ନ ଜଣାଇ ଜଣାଇ ନିଜ ପରିବାର ସହ ନିଜ ଗ୍ରାମ  ଜଗତସିଂହପୁରକୁ ଚାଲି ଯାଇଛନ୍ତି । ଏକ ଦାୟୀତ୍ବପୂର୍ଣ୍ଣ ପଦବୀରେ ରହି ଏହିପରି ଦାୟୀତ୍ବହୀନତା ଓ ଅବିବେକୀତାର ପରିଚୟ ଦେଉଥିବା ଜଣେ ଡାକ୍ତରଙ୍କ ପ୍ରତି ପ୍ରଶାସନ କିପରି କୋହଳ ମନୋଭାବ ପୋଷଣ କରୁଛନ୍ତି, ତାହା ସାଧାରଣ ଜନତାଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସିଡିଏମଓ ଜଗଦୀଶ ଚନ୍ଦ୍ର ବାରିକ ଏହି ମାମଲାର ତଦନ୍ତ କରିବେ ବୋଲି ସୂଚନା ଦେଇଥିବା ବେଳେ ନିଜେ ସ୍ବାସ୍ଥ୍ୟମନ୍ତ୍ରୀ ମଧ୍ୟ ଏହାକୁ ଗୁରୁତ୍ବ ଦେଇ ସିଡିଏମଙ୍କ ସହ ଆଲୋଚନା କରିଥିବା ଜଣା ପଡ଼ିଛି।

Leave A Reply

Your email address will not be published.