ଯୋଗ୍ୟତା ଥାଇ ନିଯୁକ୍ତି ପାଉନାହାଁନ୍ତି ଜିଲ୍ଲାର ପ୍ରାର୍ଥୀ। 

0 1

ଝାରସୁଗୁଡ଼ା :(ସୁଭାଷ ସହାରେ) /ଝାରସୁଗୁଡ଼ା ଜିଲ୍ଲାରେ ଏଏନଏମ ନିଯୁକ୍ତି ନେଇ ଜିଲ୍ଲାର ଯୋଗ୍ୟ ପ୍ରାର୍ଥୀମାନଙ୍କ ପ୍ରତି ଘୋର ଅନ୍ୟାୟ କରାଯାଇଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ପ୍ରାର୍ଥୀ।ଏନେଇ ସ୍ଥାନୀୟ ଏଏନଏମ ପଦ ପାଇଁ ଆବେଦନକାରୀମାନଙ୍କ ମଧ୍ୟରେ ବର୍ତ୍ତମାନ ଘୋର ଅସନ୍ତୋଷ ପ୍ରକାଶ ପାଇଛି। 

ସୂଚନାନୁସାରେ, ଝାରସୁଗୁଡ଼ା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୩୬ଟି ପଦ ପାଇଁ ଆବେଦନ କରିବାକୁ ବିଜ୍ଞପ୍ତି ଜାରି କରାଯାଇଥିଲା। ସହଜରେ ଚାକିରୀ ମିଳୁନଥିବା ତାଲିମପ୍ରାପ୍ତ ଅନେକ ଏଏନଏମଙ୍କ ମଧ୍ୟରେ ଆଶା ସଞ୍ଚାର କରିଥିଲା ଏହି ବିଜ୍ଞପ୍ତି। ଯୋଗ୍ୟତା ଥିବା ଅନେକ ପ୍ରାର୍ଥୀନୀମାନେ ଏହି ପଦ ପାଇଁ ଆବେଦନ କରିଥିଲେ। ମାତ୍ର ଝାରସୁଗୁଡ଼ାର ବାସିନ୍ଦାମାନଙ୍କୁ ଅବହେଳା କରି ଦେବଗଡ଼, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାର ଆବେଦନକାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ଝାରସୁଗୁଡ଼ାର ଆବେଦନକାରୀମାନେ ଅଭିଯୋଗ ଆଣିଛନ୍ତି। ବାହାର ଜିଲ୍ଲାର ବ୍ୟକ୍ତିଙ୍କୁ କେଉଁ ଆଧାରରେ ନିଯୁକ୍ତି ଦିଆଗଲା ବୋଲି ସ୍ଥାନୀୟ ପ୍ରାର୍ଥିନୀମାନେ ପ୍ରଶ୍ନ ଉଠାଇଛନ୍ତି। ଏହା ନେଇ ସିଡିଏମଙ୍କୁ ସେମାନେ ଫେରାଦ କରିବାବେଳେ ସିଡିଏମଓ କୁଆଡ଼େ ଓଲଟି ସେମାନଙ୍କୁ କହିଥିଲେ ଯେ ବାହାର ଜିଲ୍ଲାର ଆବେଦନକାରୀ ମାନଙ୍କୁ ନିଯୁକ୍ତି ନ ଦେବା ପାଇଁ ତାଙ୍କୁ କୌଣସି ନିର୍ଦ୍ଦେଶ ନାହିଁ । ଯେତେବେଳେ ଅନ୍ୟ ଜିଲ୍ଲାମାନଙ୍କରେ ସ୍ଥାନୀୟ  ନିଯୁକ୍ତିକୁ ଗୁରୁତ୍ବ ଦିଆଯାଉଛି, ଝାରସୁଗୁଡ଼ା ଜିଲ୍ଲା ପାଇଁ ଏହା କି ପ୍ରକାରର ପଦକ୍ଷେପ ବୋଲି ଅଭିଯୋଗ କରିଛନ୍ତି ଆବେଦନକାରୀମାନେ।ଏତଦବ୍ୟତୀତ ତୁରନ୍ତ ବାହାର ନିଯୁକ୍ତି ଗୁଡ଼ିକୁ ରଦ୍ଦ କରାଯାଇ ସ୍ଥାନୀୟ ନିଯୁକ୍ତି ଉପରେ ଗୁରୁତ୍ବ ଦେବାକୁ ସେମାନେ ଦାବି କରିଛନ୍ତି। ଏହା ଉପରେ ସ୍ବାସ୍ଥ୍ୟମନ୍ତ୍ରୀ ତୁରନ୍ତ ଦୃଷ୍ଟି ଦେବାକୁ ସେମାନେ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.