ସ୍ବାଧୀନତା ସଂଗ୍ରାମୀ ସହିଦ ଗଣେଷ ଉପାଧ୍ୟାୟ ଙ୍କ ୨୧୧ ତମ ଜୟନ୍ତୀ ପାଳିତ

0

ସହିଦ ଗଣେଶ ଉପାଧ୍ୟାୟ ସୃତି ଚାରଣ ସମିତି ଓ ୟଙ୍ଗ ଷ୍ଟାରସ୍ ଚେରିଟେବୁଲ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ।

ଝାରସୁଗୁଡ଼ା/ସୁବାସ ସାହାରେ : ଝାରସୁଗୁଡ଼ା ପଞ୍ଚାୟତ ସ୍ଥିତ ଜମେରା ପଂଚାୟତର ସିଂଘାବଘା ଗ୍ରାମରେ ସ୍ଵାଧୀନତା ସଂଗ୍ରାମୀ ଗଣେଷ ଉପାଧ୍ୟାୟଙ୍କ ଜନ୍ମ ମାଟିରେ ଆଜି ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ସିଂଘାବଘା   ସମଲେଇ ଗୁଡିରେ ପୂଜାପାଠ କରାଯିବାପରେ ସଂଗ୍ରାମୀଙ୍କ ଗୃହ ପରିସରରେ ୟଙ୍ଗ ଷ୍ଟାରର୍ସ ଚେରିଟେବୁଲ ଟ୍ରଷ୍ଟ  ର ନିର୍ଦ୍ଦେଶ କ ବିବେକାନନ୍ଦ ମିଶ୍ର ଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ଜମେରା ପଞ୍ଚାୟତ ର ସରପଞ୍ଚ ରାଜକିଶୋର ବୁଡା, ଟ୍ରଷ୍ଟ ର ସଭାପତି ଇଂ ଅରବିନ୍ଦ ବାରିକ, ଉପଦେଷ୍ଟା ରାଜେଶ ପାଢ଼ୀ ସଂଗ୍ରାମୀ ଗଣେଶ ଉପାଧ୍ୟାୟଙ୍କ ବିରତ୍ବ,ଜୀବନି ଉପରେ ଆଲୋକପାତ କରି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଉପାଧ୍ୟାୟ ଙ୍କ ପରିବାର ତରଫରୁ ତଥା ସହିଦ ଗଣେଶ ଉପାଧ୍ୟାୟ ସୃତି ଚାରଣ ସମିତି ତରଫରୁ   ବିପୁଲ ଉପାଧ୍ୟାୟ ସଂଗ୍ରାମୀଙ୍କ ସୃତି ଅନୁଭୂତି ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହାପରେ ସହିଦ ଙ୍କ ଜନ୍ମସ୍ଥାନ କୁ ସଂଯୋଗ କରୁଥିବା ବେହେରାପାଲି, ସିଂଘାବଗା ରାସ୍ତା କୁ “ସହିଦ ଗଣେଶ ଉପାଧ୍ୟାୟ ମାର୍ଗ” ନାମକ ନାମ ଫଳକ ଉନ୍ମୋଚନ କରାଯାଇ ନାମକରଣ କରାଯାଇଥିଲା ଓ  ସହିଦ ଙ୍କ ଜୟ ଗାନ କରାଯାଇଥିଲା। ଝାରସୁଗୁଡ଼ା ମାଟି ରେ ଜନ୍ମ ନେଇ ଇଁରେଜ ମାନଙ୍କ ବିରୁଦ୍ଧରେ ସ୍ୱାଧୀନତା  ସଂଗ୍ରାମ ରେ ଝାସ ଦେଇ ଫାଶୀ ଦଣ୍ଡ ପାଇଥିବା ସହିଦ ଙ୍କ ସମ୍ମାନାର୍ଥେ ଆହୁରି ବହୁତ୍ କାର୍ଯ୍ୟ ବାକି ଅଛି ଓ ଏଥିପାଇଁ , ପ୍ରତ୍ୟେକ ବର୍ଗ,ରାଜନୈତିକ ଦଳ,ସାମାଜିକ ସଂଗଠନ ଓ ସମସ୍ତ ଝରସୁଗୁଡା ବାସୀ ଙ୍କ ସହୃଦୟ ସହଯୋଗ ବିଗତ ଦିନ ରେ ମିଳିଛି ଓ ଆଗକୁ ମଧ୍ୟ ରହୁ ବୋଲି ଆୟୋଜକ କମିଟି ରୁ ଇଂ ଅରବିନ୍ଦ ବାରିକ ଅନୁରୋଧ କରିଛନ୍ତି।  ଏଥିରେ ସୁବାଷ ଉପାଧ୍ୟାୟ, ପ୍ରଭାତ ଉପାଧ୍ୟାୟ, ଭୋଳାନାଥ ଉପାଧାୟ, ବେଣୁଧର ଉପାଧ୍ୟାୟ, ଚୁଡା ଉପାଧ୍ୟାୟ, ଦିବ୍ୟଲୋଚନ ଉପାଧ୍ୟାୟ, ସୁଭମ ଉପାଧ୍ୟାୟ ବିଜୟ ସାଇଗଲ, ବସନ୍ତ ରୋହୀଦାସ,ଅଭିଜିତ ବାରିକ ଜୟ ଗୋପାଳ ପଣ୍ଡା, ଅଭିଜିତ ସାହୁ ପ୍ରମୁଖ  ପ୍ରମୁଖ ଉପସ୍ଥିତ ଥିଲେ।  ବିଶ୍ୱ ମହାମାରୀ କରୋନା ଓ ଏହାର ବିଶେଷ ପ୍ରଭାବ ଝାରସୁଗୁଡା କୁ ଦୃଷ୍ଟି ରେ ରଖୀ କରୋନା ପାଇଁ ଥିବା ସରକାରଙ୍କ ସମସ୍ତ ନିୟମାବଳୀ ପାଳନ କରାଯାଇଥିଲା ଯଥା ହ୍ୟାଣ୍ଡ ଗ୍ଲୋବସ, ମାସ୍କ, ହେଡ କେପ ଓ ସାମାଜିକ ଦୂରତା, ମହାମାରୀ ଯୋଗୁ ବିଶେଷ ଅତିଥି କିମ୍ବା ଅନ୍ୟ କୌଣସି କାର୍ଯ୍ୟକର୍ମ ନ ରଖାଯାଇ କମ ଲୋକ ଙ୍କ ମଧ୍ୟରେ ଅତି ନିରାଡ଼ମ୍ବର ଭାବରେ ପାଳନ କରାଯାଇଥିଲା କରୋନା ମୁକ୍ତ ହେଲାପରେ ସମସ୍ତଙ୍କୁ ନେଇ ବିଶେଷ କାର୍ଯ୍ୟକ୍ରମ  ର ଆୟୋଜନ କରାଯିବ ବୋଲି ସହିଦ ଗଣେଶ ଉପାଧ୍ୟାୟ ସୃତି ଚାରଣ ସମିତି ତରଫ ରୁ କୁହାଯାଇଛି।

 

Leave A Reply

Your email address will not be published.