ଇବ ନଦୀ ପୋଲରେ ପଡ଼ି ଭାସିଗଲା ଟ୍ରକ୍। ଦୁଇ ନିଖୋଜ, ସନ୍ଧାନ ଜାରି। 

0

ଝାରସୁଗୁଡ଼ା :(ସୁଭାଷ ସହାରେ)-ମଙ୍ଗଳବାର ଅପରାହ୍ନରେ ଇବ ନଦୀ ଉପର ଦେଇ ଯାଉଥିବା ଏକ ଦ୍ରୁତଗାମୀ ଟ୍ରକ ଭାରସାମ୍ୟ ହରାଇ ନଦୀ ଭିତରେ ପଡ଼ିଯାଇଥିବା ସୂଚନା ମିଳିଛି। ଟ୍ରକରେ ଥିବା ଦୁଇଜଣ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। 

ସୂଚନାନୁଯାୟୀ, ରେଙ୍ଗାଲିରୁ ଲଖନପୁର ଯାଉଥିବା ଏହି ଟ୍ରକ ଡ୍ରାଇଭର ଭାରସାମ୍ୟ ହରାଇ ପୋଲର ସାଇଡ ୱାଲରେ ପିଟି ହୋଇ ନଦୀକୁ ଖସି ପଡ଼ିଥିଲା। ଟ୍ରକ ଡ୍ରାଇଭର ଆଦିତ୍ୟ ସାହୁ କେବିନ ପଟରୁ ନିଜ ଯେ କୌଣସି ଉପାୟରେ ଜୀବନ ବଞ୍ଚାଇ କୂଳକୁ ପହଁରି ପହଁରି ଆସୁଥିବା ବେଳେ କିଛି ମତ୍ସ୍ୟଜୀବୀଙ୍କ ଦ୍ବାରା ଉଦ୍ଧାର ହୋଇଥିଲେ। ମାତ୍ର  ଜିତେନ୍ଦ୍ର ସାହୁ ଓ ପପୁ ସାହୁ ନାମକ ଅନ୍ୟ ଦୁଇ ଜଣ ନଦୀ ସୁଅରେ ଭାସି ଯାଇଥିଲେ ।

ଅନ୍ତିମ ଖବର ପର୍ଯ୍ୟନ୍ତ ଝାରସୁଗୁଡ଼ା ଓଡ୍ରାଫର ୩ୟ ବାଟାଲିୟନର ଇନଚାର୍ଜ ଶ୍ରୀ ବି ଡି ବତାରେ, ହାବିଲଦାର ଏସ ପି ସାର୍ଥ,ଶ୍ରୀ କିଶନ ରଣା ମଗର, ଶ୍ରୀ ବି ଗୁରୁଙ୍ଗ,ଶ୍ରୀ ପଦମ କୁମାର ଛେତ୍ରୀ,ଶ୍ରୀ ଏସ ଡି ଥାପା ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କ ଉଦ୍ୟମ କାର୍ଯ୍ୟ ଜାରି ରହିଥିଲା। ଦୀର୍ଘ ଦୁଇଘଣ୍ଟାରୁ ଉର୍ଦ୍ଧ୍ୱ ଅକ୍ଲାନ୍ତ ପରିଶ୍ରମ ପରେ ପ୍ରଥମ ମୃତ ଦେହ ୪.୪୫ ରେ ଓ ଦ୍ବିତୀୟ ମୃତ ଦେହ ୬.୫୦ ରେ ଉଦ୍ଧାର କରାଯାଇଥିଲା।

Leave A Reply

Your email address will not be published.