ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା , ୩ ଆହତ

0 2

କାଲିମେଳା-ମାଲକାନଗିରି( ବି ଶ୍ରୀନିବାସ ପାତ୍ର):କାଲିମେଳା ୩୨ ୬ ନମ୍ବର ଜାତୀୟ ରାଜପଥର ଏମପିଭି – ୩୧ ଛକ ନିକଟରେ   ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କାହେବା ଫଳରେ ୩ ଜଣ ବ୍ୟକ୍ତି ଆହତ ହୋଇଥିବା ଦେଖିବାକୁ ମିଳିଛି । ଏଥି ଦୁର୍ଘଟଣାରେ ଦୁଇଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ସାମାନ୍ୟ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଆହତ ହୋଇଥିବା ବ୍ୟକ୍ତି ମାନେ ରାସ୍ତା ଉପରେ ପଡିଥିବା ବେଳେ ଖବର ପାଇ କାଲିମେଳା ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ସେଠାରେ ପହଚି ଆହତ ମାନଙ୍କୁ ଉଦ୍ଧାର କରି କାଲିମେଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିବା ଜଣାପଡିଛି ସୁଚନା ନେବାରୁ ଜଣାପଡିଛି ଯେ ମାଲକାନଗିରି ଥାନା ଶିଖପାଲ୍ଲୀ ପଞ୍ଚାୟତର ଏମପି ଭି ୧୭ ଗ୍ରାମର ଦୀପକ ମଜୁମଦାର ( ୩୩ ) ଏବଂ ତାଙ୍କ ଶଳା ଏମପିଭି – ୧୭ ଗ୍ରାମର ବାବୁ ଚୌଧୁରୀ ଉଭୟ ଗୋଟିଏ ମୋଟର ସାଇକେଲ ଯୋଗେ କାଲିମେଳାରୁ ନିଜ ଗ୍ରାମକୁ ଯାଉଥିବା ସମୟରେ ଏମଭି – ୭୯ ଇରିଗେସନ ବିଭାଗର ଜଣେ କର୍ମଚାରୀ ଲକ୍ଷ୍ମଣ ଖେମୁଣ୍ଡୁ ମାଲକାନଗିରି ଯାଇ ଫେରୁଥିବା ସମୟରେ ଉଭୟ ବାଇକ ମଧ୍ୟରେ ଧକ୍କା ହୋଇଥିଲା ଏଥିରେ କାହାର ଭୁଲ ରହିଥିଲା ତାହା ସଠିକ ଜଣାପଡିନଥିବା ବେଳେ କାଲିମେଳା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭକରିଛନ୍ତି । ଏହି ଦୁର୍ଘଟଣାରେ ଦୀପକର ଗୋଟିଏ ଗୋଡ ଭାଙ୍ଗିଯାଇଥିବା ବେଳେ ମୁଣ୍ଡରେ ଆଘାତ ଲାଗିଥିବାରୁ ସେ ଅଧିକ ରହିଛନ୍ତି ବାବୁ ମଧ୍ୟ ଆଘାତ ଲାଗିଥିବାରୁ ଉଭୟଙ୍କୁ ମାଲକାନଗିରି ମେଡିକାଲ ସ୍ଥାନାନ୍ତର କରାଯାଇଛି ଲକ୍ଷ୍ମଣ କାଲିମେଳାରେ ଚିକିତ୍ସିତ ହେଉଥିବା ଜଣାପଡିଛି ପୋଲିସ ଏହାର ଅନୁସନ୍ଧାନ ଚଳାଇଛି ।

Leave A Reply

Your email address will not be published.