ମୁଖରିତ ହେବ ବେଳାଭୂମି, ସହରରେ ଲାଗିବ ଗହଳ ଚହଳ

0 2
  • ପର୍ଯ୍ୟଟକଙ୍କ ପାଇଁ ଶୃଙ୍ଖଳିତ ସାହାଣମେଲା

  • ହେଲେ କାଳିଆର ସାହାଣମେଲା ପାଇଁ ମାତ୍ର ଆଉ କିଛିଦିନର ପ୍ରତୀକ୍ଷା 
  • କାଳିଆ ଦର୍ଶନ ଲାଗି ଶ୍ରଦ୍ଧାଳୁ ଭକ୍ତ ପାଇଁ କିଛି ଦିନର ପ୍ରତୀକ୍ଷା 

  • ହଟିଲା ନାକାବନ୍ଦୀ: ପୁରୀକୁ ଆସିପାରିବେ ପର୍ଯ୍ୟଟକ

ପୁରୀ,(ଶାସକ ପ୍ରଶାସକ) : ମୁଖରିତ ହେବ ବେଳାଭୂମି, ସହରରେ ଲାଗିବ ଗହଳ ଚହଳ | ଆସିବେ ପର୍ଯ୍ୟଟକ | ଧୀରେଧୀରେ ସ୍ୱାଭାବିକ ହେବ ଜୀବନ ଜୀବିକା | ସଜାଡି ହେବ କରୋନା ଦୋହଲାଇଦେଇଥିବା ପୁରୀର ଅର୍ଥନୀତି |  କାରଣ ପର୍ଯ୍ୟଟକଙ୍କ ପାଇଁ ଶୃଙ୍ଖଳିତ ସାହାଣମେଲା ହୋଇଯାଇଛି ପୁରୀ | ହେଲେ ଶ୍ରୀକ୍ଷେତ୍ରକୁ  ହେଲେ କାଳିଆର ସାହାଣମେଲା ପାଇଁ ଆଉ କାଳିଆ ଦର୍ଶନ ଲାଗି ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ପାଇଁ ମାତ୍ର କିଛି ଦିନର ପ୍ରତୀକ୍ଷା | ଦୀର୍ଘଦିନର କରୋନା ଜଞ୍ଜିରରେ ଜକଡି ହୋଇଥିବା ପୁରୀ ସହରରେ ନାକାବନ୍ଦୀ ପ୍ରତ୍ୟାହାର କରିଛି ପ୍ରଶାସନ । ପର୍ଯ୍ୟଟକ ମାନେ ପୁରୀକୁ ଏବେ ଆସିପାରିବେ । ହୋଟେଲ ଗୁଡିକୁ ବୁକିଂ ପାଇଁ ଅନୁମତି ଦିଆଯାଇଥିବା ଜିଲ୍ଲାପାଳ ବଲୱନ୍ତ ସିଂ କହିଛନ୍ତି ।

ଦୀର୍ଘ ଦିନ ପରେ ଏବେ ପର୍ଯ୍ୟଟକମାନେ ପୁରୀ  ଆସିପାରିବେ । ହୋଟେଲରେ ରହିବା ସହ ସମୁଦ୍ର ବେଳାଭୂମିର ମଜା ନେଇ ପାରିବେ ପର୍ଯ୍ୟଟକ । କୋଭିଡ୍-୧୯ ନିୟମ ଅନୁସାରେ  ପର୍ଯ୍ୟଟକ ପୁରୀ ବୁଲି ପାରିବେ । କୋଣାର୍କକୁ ବି ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି। ପର୍ଯ୍ୟଟନ ଭିତ୍ତିଭୂମିକୁ ସୁଦୃଢ଼ କରିବା ତଥା ଦୁର୍ବଳ ଅର୍ଥନୀତିକୁ ସଜାଡ଼ିବା ପାଇଁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। କରୋନା ପାଇଁ ପୁରୀ ପର୍ଯ୍ୟଟନ ଶିଳ୍ପ ଅଧିକ ପ୍ରଭାବିତ ହୋଇଛି। ଜୀବନଜୀବିକା ମଧ୍ୟ ପ୍ରଭାବିତ ହୋଇଛି। ହୋଟେଲ୍‌ ସବୁ ପ୍ରାୟ ଖୋଲିବାକୁ ଅନୁମତି ଦିଆଯାଇଛି । ହୋଟେଲ୍‌ଗୁଡ଼ିକୁ ବୁକିଂ ପାଇଁ ବି ଅନୁମତି ଦିଆଯାଇଛି । ଜିଲ୍ଲାର ପ୍ରବେଶ ପଥରେ ନାକାବନ୍ଦୀକୁ ହଟାଇ ଦିଆଯାଇଛି। ଯେଉଁ ପର୍ଯ୍ୟଟକମାନେ ପୁରୀକୁ ଆସିବାକୁ ଚାହୁଁଛନ୍ତି, ସେମାନେ ଆସିପାରିବେ। ହୋଟେଲ୍‌ରେ ରହିପାରିବେ ଓ କୋଣାର୍କ ମନ୍ଦିର ଓ ଅନ୍ୟ ସ୍ଥାନ ବୁଲି ପାରିବେ। କିନ୍ତୁ କରୋନା ନିୟମାବଳୀକୁ ମାନିବାକୁ ପର୍ଯ୍ୟଟକଙ୍କୁ  ଅନୁରୋଧ କରୁଛି ବୋଲି ଜିଲ୍ଲାପାଳ କହିଛନ୍ତି ।

ସୂଚନା ଥାଉକି, କରୋନା ସ୍ଥିତିକୁ ନଜରରେ ରଖି ପୂର୍ବରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟଟକ ତଥା ଜିଲ୍ଲା ବାହାର ଲୋକଙ୍କୁ ଜିଲ୍ଲାରେ ପ୍ରବେଶ ଉପରେ କଟକଣା ଲଗାଇଥିଲା। ବାହାର ଗାଡ଼ିକୁ ଜିଲ୍ଲାରେ ପ୍ରବେଶ ଅନୁମତି ମିଳୁନଥିଲା। ଯେଉଁମାନେ ଜରୁରୀ କାମରେ ଆସୁଥିଲେ, ସେମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରାଯାଉଥିଲା। ପିପିଲି ଟୋଲ୍‌ ଗେଟ୍‌ ସହ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଗାଡ଼ିମୋଟର ଯାଞ୍ଚ କରାଯାଉଥିଲା।

 

Leave A Reply

Your email address will not be published.