କୋଭିଡ କଟକଣା ଭିତରେ ଚେନ୍ନାଇ ପ୍ରବାସୀ ଓଡ଼ିଆ ଅନଲାଇନରେ ପାଳିଲେ ନୂଆଁଖାଇ ଭେଟଘାଟ

0 1

ସମ୍ବର୍ଦ୍ଧିତ ହେଲେ କବି ରାମ ପ୍ରସାଦ ବାଗ 

ପଦ୍ମପୁର: କୋଭିଡ କଟକଣା ଯୋଗୁଁ ମହାନଦୀ ସୋସିଓ କଲଚରାଲ ଏସୋସିଏସନ ଚେନ୍ନାଇ ପକ୍ଷରୁ ଅନଲାଇନ୍ ମାଧ୍ୟମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମ ଥର ପାଇଁ ମହିଳାମାନଙ୍କ ଦ୍ବାରା ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ବରଗଡ଼ କଳାଜୀବୀ ସଂଗଠନର ନିର୍ଦେଶକ ଦିଲ୍ଲୀପ ସାହୁ, ତୁଷରା କୃଷ୍ଣପ୍ରିୟା କଳା ପରିଷଦ ତଥା ଗୀତିକାର ବାବଲୁ ସାହୁ, ଅନାମିକା ଆଚାର୍ଯ୍ୟ, ସୁଜିତ ହୋତାଙ୍କ ଦ୍ବାରା ମନଛୁଆଁ ସାଂସ୍କୁୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ସହିତ ସମ୍ବଲପୁରୀ କବିତାପାଠ, ଦର୍ଶକମାନଙ୍କ ମଧ୍ୟରେ  ଭକାନୀ ଓ କୁଇଜ ପ୍ରତିଯୋଗିତା ହୋଇଥିଲା। ରାମପ୍ରସାଦ ବାଗଙ୍କର ସମ୍ବଲପୁରୀ କବିତା ସମସ୍ତଙ୍କୁ  ମନ୍ତ୍ରମୁଗ୍ଧ କରି ଦେଇଥିଲା। ଫଳରେ ଉକ୍ତ ଏସୋସିଏସନର ସଦସ୍ୟ ଗଣ କବିଙ୍କ ଗାଁ ବେନିଆଁଚାଲକୁ ପହଞ୍ଚି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସଭାପତି ଭାସ୍କର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଅନଲାଇନ୍ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମକୁ ଲିନା, ରିତୁ, ପଙ୍କଜିନୀ, ପ୍ରାଚୀ, ରିମା, ଆରତୀ, ଲିପି, ନିବେଦିତା, ପିଙ୍କି, ସ୍ମିତା, ସ୍ବାଗତିକା, ପ୍ରଭାତୀ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଭକାନୀ ଓ କୁଇଜ ପ୍ରତିଯୋଗିତାକୁ ଶୁଭ୍ରଜିତ ପ୍ରଧାନ ସଂଚାଳନ କରିଥିବାବେଳେ ଅନ୍ୟ ସଦସ୍ଯଗଣ ସହଯୋଗ କରିଥିଲେ ।

Leave A Reply

Your email address will not be published.