ଗିରଫ ହେଲେ କୋଟିପତି କାର୍ଯ୍ୟନିର୍ବାହୀ ଅଧିକାରୀ!

0 1

ଝାରସୁଗୁଡା(ସୁଭାଷ ସହାରେ) : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ବ୍ରଜରାଜନଗର ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୀଲ୍ଲିପ ପଟେଲଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି। ସମ୍ବଲପୁର ଭିଜିଲାନ୍ସ କୋର୍ଟ ତାଙ୍କ ଜାମିନ ନାମଞ୍ଜୁର କରି ଆସନ୍ତା ୧୬ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। 

ଗତ ତା:୨/୯/୨୦୨୦ ରେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦୀଲ୍ଲିପ ପଟେଲଙ୍କ ନିଜସ୍ବ ବାସଗୃହ,ଅଫିସ ଚ୍ୟାମ୍ବର,ପେଟ୍ରୋଲ ପମ୍ପ ସମେତ ଛ’ଟି ସ୍ଥାନରେ ଭିଜିଲାନ୍ସ ଦଳ ପକ୍ଷରୁ ଏକକାଳୀନ ଚଢ଼ଉ କରାଯାଇଥିଲା। ଭିଜିଲାନ୍ସ ଦଳ  ଶ୍ରୀ ପଟେଲଙ୍କ ବ୍ୟାଙ୍କ ବାଲାନ୍ସ, ଜମିବାଡି, ଘର, ବିଭିନ୍ନ ଖାତାପତ୍ର ଆଦିର ତର୍ଜମା ପରେ ସମ୍ପତ୍ତିର ସର୍ବମୋଟ ମୂଲ୍ୟ ୩ କୋଟି ୩୫ ଲକ୍ଷ ୮୨ ହଜାର ୬ଶହ ୪୧ ଟଙ୍କା ବୋଲି ସୂଚନା ଦେଇଥିଲେ । ଏଥି ମଧ୍ୟରୁ ତାଙ୍କ ନିକଟରେ ୨୨ ଲକ୍ଷ ଟଙ୍କା ନଗଦ, ସୁନାରୂପା ଅଳଙ୍କାର, ଝାରସୁଗୁଡ଼ାର ଵିଭିନ୍ନ ସ୍ଥାନରେ ୧୪ଟି ପ୍ଲଟ,ଗୋଟିଏ କାର, ଦୁଇଟି ବାଇକ ପ୍ରଭୃତି ଅନ୍ତର୍ଭୁକ୍ତ।

Leave A Reply

Your email address will not be published.