ଟିଟିଲାଗଡ : ଉପଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ଜବର ଦଖଲ ଉଚ୍ଛେଦ।

0

ଟିଟିଲାଗଡ (ଗୌରବ ଦରଜୀ)- ଟିଟିଲାଗଡରେ ଚାଲିଛି  ଜବର ଦଖଲ ଉଛେଦ । ଟିଟିଲାଗଡର ଟ୍ରାଫିକ ସମସ୍ୟାକୁ ଦୃଷ୍ଟି ରେ ରଖି  ନୂତନ ଉପ ଜିଲ୍ଲାପାଳ ଶ୍ରୀ ସୋମେଶ ଉପାଧ୍ୟାୟ ନିଜେ ଉପସ୍ଥିତ ରହି ଚଳାଇଛନ୍ତି  ଜବର ଦଖଲକୁ ଉଚ୍ଛେଦ କାର୍ଯ୍ୟକ୍ରମ । କିଛି ଦିନ ପୂର୍ବ ରୁ ଟିଟିଲାଗଡ ସ୍ଥିତ ବିଏସଏନଏଲ୍ ଭବନ ସମ୍ମାନରୁ ହଟଲି ଛକ ପର୍ଯ୍ୟନ୍ତ ଥିବା ଫଳ ଦୋକାନ ଗୁଡ଼ିକୁ ତାଙ୍କର ଦଖଲ କରିଥିବା ସ୍ଥାନକୁ ଶୀଘ୍ର ଖାଲି କରିବାକୁ ନିର୍ଦେଶ ଦେଇଥିଲେ। ଉପ ଜିଲ୍ଲାପାଳଙ୍କ ନିର୍ଦେଶ ମାନି ଫଳ ଦୋକାନୀମାନେ  ଯଥା ଶୀଘ୍ର ତାଙ୍କ ଅଧିକୃତ ସ୍ଥାନ ଖାଲି କରିଥିଲେ। ଏହା ପରେ ଗତ କାଲି ୦୧ ସେପ୍ଟେମ୍ବର ରେ ଉପ ଜିଲ୍ଲାପାଳ ଅନ୍ୟାନ୍ୟ ମ୍ୟୁନିସିପାଲିଟି ଅଧିକାରୀ ସହ ମିଶି ପେଟ୍ରୋଲ ପମ୍ପ ଛକଠୁ ରେଳୱେ ଷ୍ଟେସନ ପର୍ଯ୍ୟନ୍ତ ରାସ୍ତା ଗୁଡ଼ିକୁ ମାପି ଦୋକାନୀମାନଙ୍କ ଦ୍ଵାରା ଅଧିକୃତ ସ୍ଥାନ କୁ ୨୪ ଘଣ୍ଟା ମଧ୍ୟରେ ଖାଲି କରିବା ପାଇଁ ୦୨ ସେପ୍ଟେମ୍ବର ଦିନ ୧୨ ଟା ସମୟ ରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ନିର୍ଦ୍ଦେଶନାମା ଜାରି  କରିଥିଲେ। ଆଜି ୦୩ ସେପ୍ଟେମ୍ବର ରେ ୨୪ ଘଣ୍ଟା ପୁରୁ ପୁରୁ ଦିନ ୧୨ ଟା ସମୟ ରେ ଉପ ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ଟିଟିଲାଗଡ ପୌରପରିଷଦର ଅମିନ୍ , ଆର୍ ଆଇ ଓ  ପୋଲିସ ବାହିନୀ ସହ  ବାହାରି ପଡ଼ିଥିଲେ ଜବର ଦଖଲ ଉଚ୍ଛେଦ ପାଇଁ। ଯେଉଁମାନେ ଉପ ଜିଲ୍ଲାପାଳଙ୍କ ନିର୍ଦେଶ କୁ ଅବମାନନା କରିଥିଲେ  ସେମାନଙ୍କ ଅକ୍ତିଆର କରିଥିବା ସ୍ଥାନକୁ ଜେ ସି ବି ଲଗେଇ ଭାଙ୍ଗି ଦିଆ ଯାଇଥିଲା | ଏଥିସହ ଟିଟିଲାଗଡ ବିଦ୍ୟୁତ୍ ବିଭାଗକୁ ରାସ୍ତା କଡରେ ଥିବା ବିଦ୍ୟୁତ୍ ଖୁଣ୍ଟକୁ ଯଥା ଶୀଘ୍ର ଉଚିତ୍ ସ୍ଥାନରେ ଲଗାଇବା ପାଇଁ ଆଦେଶ ଦେଇଛନ୍ତି ଉପଜିଲ୍ଲାପାଳ । ଏହି ସମୟରେ ଉକ୍ତ ସ୍ଥାନରେ ଅନେକ ଲୋକ ଭିଡ ଜମାଇ ଦେଖୁଥିଲେ। ଅଧିକାଂଶ ଲୋକ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ଭୁଲି ଯାଇଥିଲେ |   

 

Leave A Reply

Your email address will not be published.