ଟାଇମ୍ସ ୱାର୍ଲ୍ଡ ରା଼ଙ୍କିଙ୍ଗରେ ପୁଣି ସୋଆ ସ୍ଥାନିତ

0

ଭୁବନେଶ୍ୱର(ଶାସକ ପ୍ରଶାସକ) : ଟାଇମ୍ସ ହାୟର ଏଡୁକେସନ୍ ୱାର୍ଲ୍ଡ ୟୁନିଭର୍ସିଟି ରା଼ଙ୍କିଙ୍ଗ-୨୦୨୧ରେ ସୋଆ ଡିମ୍ଡ ବିଶ୍ୱବିଦ୍ୟାଳୟ ଲଗାତାର ଦ୍ୱିତୀୟ ଥର ପାଇଁ ୧୦୦୧ ପ୍ଲସ୍ କାଟେଗୋରୀରେ ନିଜ ସ୍ଥାନ ହାସଲ କରିବାରେ ସଫଳତା ହାସଲ କରିଛି ।

ଉଚ୍ଚ ଶିକ୍ଷା କ୍ଷେତ୍ରରେ ୫ଟି ବିସ୍ତୃତ ଦିଗକୁ ନେଇ ଏହି ର୍ୟାଙ୍କିଙ୍ଗ ପ୍ରସ୍ତୁତ କରାଯାଇଥିଲା । ଏହି ଦିଗଗୁଡ଼ିକ ହେଉଛି ଶିକ୍ଷା ପ୍ରଦାନ (ଶୈକ୍ଷିକ ବାତାବରଣ), ଗବେଷଣା (ଆୟତନ, ଆୟ ଏବଂ ପ୍ରତିଷ୍ଠା ), ସନ୍ଦର୍ଭ (ଗବେଷଣା ପ୍ରଭାବ), ଶିଳ୍ପ ଆୟ (ଜ୍ଞାନ ସ୍ଥାନାନ୍ତରଣ) ଏବଂ ଅନ୍ତର୍ଜାତିକ ଦୃଷ୍ଟିକୋଣ (ଅନ୍ତର୍ଜାତିକ କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ଗବେଷଣା ସହଭାଗିତା) । ୨୦୨୦ ମସିହାରେ ମଧ୍ୟ ସୋଆ ଦି ୱାର୍ଲ୍ଡ ୟୁନିଭର୍ସିଟି ରାକିଙ୍ଗରେ  ୧୦୦୧ ପ୍ଲସ କାଟେଗୋରୀରେ ସ୍ଥାନ ପାଇଥିଲା ।

ସୋଆ ଅଧୀନରେ ୯ଟି ଶିକ୍ଷାନୁଷ୍ଠାନ  ପରିଚାଳିତ ହେଉଥିବା ବେଳେ ଚଳିତବର୍ଷ ୨୦୨୦ ନିମସ୍ତେ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରା଼ଙ୍କିଙ୍ଗ ଫ୍ରେମ୍ ୱାର୍କ (ଏନ୍ଆଇଆରଏଫ ) ରାକିଙ୍ଗରେ ବିଶ୍ୱବିଦ୍ୟାଳୟ କାଟେଗୋରୀରେ ୨୦ ତମ ସ୍ଥାନ ହାସଲ କରିଛି ସୋଆ । ସେହିପରି ସୋଆର ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍ସେସ୍, ଇନଷ୍ଟିଟ୍ୟୁଟ  ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ, ଦେଶରେ ୨୩ତମ ସ୍ଥାନ ହାସଲ କରିଥିବା ବେଳେ ବିଶ୍ୱବିଦ୍ୟାଳୟ ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲେଜି, ଇନଷ୍ଟିଚ୍ୟୁଟ  ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ, ୩୪ ତମ ସ୍ଥାନ ହାସଲ କରିଛି ।

ସେହିପରି ପ୍ରଥମ ଥର ନିମନ୍ତେ ଏନ୍ଆଇଆରଏଫ ରାଙ୍କିଙ୍ଗରେ ସାମିଲ ହୋଇଥିବା ସୋଆର ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍ସେସ୍, ଇନଷ୍ଟିଚ୍ୟୁଟ ଅଫ୍ ଡେଂଟାଲ୍ ସାଇନ୍ସେସ୍, ଦେଶରେ ୧୨ତମ ସ୍ଥାନ ହାସଲ କରିଛି । 

Leave A Reply

Your email address will not be published.