ବର୍ଷା କ୍ଷତିଗ୍ରସ୍ତ ପରିବାରମାନଙ୍କୁ ପଲିଥିନ୍ ଯୋଗାଇଲେ ସ୍ବାସ୍ଥ୍ୟମନ୍ତ୍ରୀ!

0

ଝାରସୁଗୁଡ଼ା :(ସୁଭାଷ ସହାରେ): ଝାରସୁଗୁଡ଼ା ପୌରପାଳିକା ଅଞ୍ଚଳରେ ଗତ କିଛି ଦିନର ଲଗାଣ ବର୍ଷା ଯୋଗୁଁ ଅନେକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହି ପୌରପାଳିକାର ସୀମାରେ ପାଖାପାଖି ୫୦ ଟି ଝୁମ୍ପୁଡ଼ି ସାହି ରହିଛି। ଅନବରତ ଭୀଷଣ ବର୍ଷା ଯୋଗୁଁ ପାଖାପାଖି ୭୦୦ ଘର ଶୋଚନୀୟ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି। ଖବର ପାଇ ରାଜା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସ ସେ  ସମସ୍ତ ୨୪ଟି ୱାର୍ଡ଼ର ବିଜେଡିର ନେତୃତ୍ୱ ଓ କର୍ମୀମାନଙ୍କୁ ତୁରନ୍ତ କ୍ଷତିଗ୍ରସ୍ତ ଲୋକଙ୍କ ବିଷୟରେ ବୁଝିବାକୁ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ କ୍ଷତିଗ୍ରସ୍ତ ପରିବାରଙ୍କୁ ପଲିଥିନ୍ ଯୋଗାଇ ଦେବା ପାଇଁ ଶ୍ରୀ ଦାସ କହିଛନ୍ତି। ଏହି ପର୍ଯ୍ୟାୟରେ ଆଜି ୧୨ ନମ୍ବର ୱାର୍ଡ଼ର କ୍ଷତିଗ୍ରସ୍ତ ପରିବାର ମାନଙ୍କୁ ପଲିଥିନ୍ ଯୋଗାଇ ଦିଆଯାଇଥିଲା। ଏହା ବ୍ୟତୀତ ଆଗାମୀ ସମୟରେ ମଧ୍ୟ ଲୋକଙ୍କ ସମସ୍ତ ସମସ୍ୟାର ସମାଧାନ ନିମନ୍ତେ ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ଦାସ ଆଶ୍ବସ୍ତ କରିଛନ୍ତି।

Leave A Reply

Your email address will not be published.