ସୁପ୍ରିମ କୋର୍ଟଙ୍କ ରାୟକୁ ସମ୍ମାନ : ୟୁ.ଜି.ସି. ମାର୍ଗଦର୍ଶିକା ଅନୁସାରେ ହେବ ପରୀକ୍ଷା 

0

ସେପ୍ଟମ୍ବର ୩୦ ସୁଦ୍ଧା ସରିବ ୟୁ.ଜି. ଏବଂ ପି.ଜି. ଶେଷ ବର୍ଷ ସେମିଷ୍ଟାର ଫାଇନାଲ ପରୀକ୍ଷା

ଅକ୍ଟୋବର ୩୧ ତାରିଖ ସୁଦ୍ଧା ପ୍ରକାଶ କରାଯିବ ସମସ୍ତ ପରୀକ୍ଷା ଫଳ 

ଅଫଲାଇନ୍, ଅନ୍ଲାଇନ୍, ବ୍ଲେଣ୍ଡେଡ୍ (ଅନ୍ଲାଇନ୍ + ଅଫଲାଇନ୍) ମଲ୍ଟିପୁଲ୍ ଚଏସ୍ , ଓପନ୍ ବୁକ୍ ଏବଂ ଓ.ଏମ୍.ଆର୍ ଆଦି ଯେ କୌଣସି ଅନୁମୋଦିତ ପଦ୍ଧତିରେ କରାଯାଇପାରିବ ପରୀକ୍ଷା 

ଭୁବନେଶ୍ୱର (ଶାସକ ପ୍ରଶାସକ) : ୟୁ.ଜି.ସି. ମାର୍ଗଦର୍ଶିକା ଅନୁସାରେ ରାଜ୍ୟ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଣ୍ଡର ଗ୍ରାଜୁଏଟ୍ ଶେଷ ବର୍ଷ ସେମିଷ୍ଟାର ଫାଇନାଲ ପରୀକ୍ଷା ଏବଂ ପୋଷ୍ଟ୍ ଗ୍ରାଜୁଏଟ୍ ଶେଷବର୍ଷ ସେମିଷ୍ଟାର ଫାଇନାଲ ପରୀକ୍ଷା ସେପ୍ଟମ୍ବର ୩୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ଏବଂ ଅକ୍ଟୋବର ୩୧ ତାରିଖ ସୁଦ୍ଧା ସମସ୍ତ ପରୀକ୍ଷା ଫଳ ପ୍ରକାଶ କରାଯିବ । 

ୟୁ.ଜି.ସି. ମାର୍ଗଦର୍ଶିକା ଅନୁଯାୟୀ ପରୀକ୍ଷା ଅଫଲାଇନ୍, ଅନ୍ଲାଇନ୍, ବ୍ଲେଣ୍ଡେଡ୍ (ଅନ୍ଲାଇନ୍ + ଅଫଲାଇନ୍) ମଲ୍ଟିପୁଲ୍ ଚଏସ୍ , ଓପନ୍ ବୁକ୍ ଏବଂ ଓ.ଏମ୍.ଆର୍ ଆଦି ଯେ କୌଣସି ଅନୁମୋଦିତ ପଦ୍ଧତିରେ କରାଯାଇପାରିବ । ସଂପୃକ୍ତ ବିଶ୍ୱ ବିଦ୍ୟାଳୟ ଓ ସ୍ୱଂୟ ଶାସିତ ମହାବିଦ୍ୟାଳୟମାନେ ଉପଯୁକ୍ତ ପରୀକ୍ଷା ପଦ୍ଧତି ବିଷୟରେ ନିଷ୍ପତି ନେବେ । 

ଆଜି ଭିଡ଼ିଓ କନଫରେନ୍ସ  ମାଧ୍ୟମରେ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ସ୍ୱଂୟଶାସିତ  ମହାବିଦ୍ୟାଳୟର ଅଧ୍ୟକ୍ଷ ମାନଙ୍କର ଅନୁଷ୍ଠିତ  ବୈଠକରେ ଉପରୋକ୍ତ ନିଷ୍ପତି ଗ୍ରହଣ କରାଯାଇଛି ।  ବୈଠକରେ କୃଷି ଓ କୃଷକ ଶସକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ, ଉଚ୍ଚଶିକ୍ଷା ବିଭାଗର କମିଶନର -ତଥା-ଶାସନ ସଚିବ. ଶ୍ରୀ ଶାଶ୍ୱତ ମିଶ୍ର, ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ଶ୍ରୀ ଅଶୋକ ଦାସଙ୍କ ସମେତ ସମସ୍ତ ବିଶ୍ୱବିଦ୍ୟାଳୟ ର କୁଳପତି, ବିଭାଗୀୟ ବରିଷ୍ଠ  ଅଧିକାରୀ ଏବଂ ସ୍ୱଂୟ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଅଧ୍ୟକ୍ଷାମାନେ ଭିଡ଼ିଓ କନଫରେନ୍ସ  ମାଧ୍ୟମରେ ଯୋଗ ଦେଇଥିଲେ । 

ୟୁ.ଜି.ସି. ମାର୍ଗଦର୍ଶିକା ଅନୁସାରେ ଯେଉଁ ଛାତ୍ରଛାତ୍ରୀମାନେ ଫାଇନାଲ ପରୀକ୍ଷା ଦେବାକୁ ଚାହିଁବେ ନାହିଁ କିମ୍ବା ଦେଇପାରିବେ ନାହିଁ , ସେମାନଙ୍କ ନିମନ୍ତେ କୋଭିଡ୍-୧୯ ପରିସ୍ଥିତି ସୁଧୁରିଲେ ବିଶ୍ୱବିଦ୍ୟାଳୟ/ ସଂୟଶାସିତ ମହାବିଦ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ପରୀକ୍ଷା ପେନ୍ ଏବଂ ପେପର ମୋଡରେ ଡିସେମ୍ବର, ୨୦୨୦ରେ କରିବାପାଇଁ ବ୍ୟବସ୍ଥା କରାଯିବ । 

ଏଥିସହିତ ଫାଇନାଲ୍ ସେମିଷ୍ଟାର ବା ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କ ବ୍ୟାକ୍ ପେପର ପରୀକ୍ଷା କରାଯାଇ ଅକ୍ଟୋବର ୩୧ ତାରିଖ ସୁଦ୍ଧା ଫଳ ପ୍ରକାଶ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି ।

Leave A Reply

Your email address will not be published.