ବାଲିପଦରରେ ମିଳିତ ମଞ୍ଚ ପକ୍ଷରୁ କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

0

 ବୁଗୁଡା /ଡଃ କୁମୁଦ ଚଂଦ୍ର ବେହେରା : ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମ ପଞ୍ଚାୟତ ପରିସରରେ ରବିବାର ଦିନ ବାଲିପଦର ଗ୍ରାମ ପଞ୍ଚାୟତ, ବାଲିପଦର ଉନ୍ନୟନ ପରିଷଦ, ଘୁମୁସର ର ସ୍ୱର ଓ ସ୍ୱଚ୍ଛତା ଏୱାରନେସ ଏଣ୍ଡ ଧାରା ଆସୋସିଏସନ ପକ୍ଷରୁ ମିଳିତ ଭାବେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନା, ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ଓ ବାଲିପଦର ଫାଣ୍ଡି ଉପ ଆରକ୍ଷୀ ନିରୀକ୍ଷକ ନିରଞ୍ଜନ ଦାଶ ଯୋଗ ଦେଇଥିଲେ। ଘୁମୁସର ର ସ୍ୱର ସଭାପତି ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ବିଧାୟକ ଶ୍ରୀ ସାହୁ, ବିଡ଼ିଓ ଶ୍ରୀ ପାତ୍ର, ତହସିଲଦାର ଶ୍ରୀ ଜେନା ଓ ଆଇଆଇସି ଶ୍ରୀ ବେହେରା ଚାରି ଜଣଙ୍କୁ କୋଭିଡ ଯୋଦ୍ଧା ଭାବେ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ ବାଲିପଦର ଫାଣ୍ଡିରେ ନୂତନ ଭାବେ ଯୋଗଦେଇଥିବା ଓଆଇସି ଶ୍ରୀ ଦାଶଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏଥିସହ ଧାରା ଆସୋସିଏସନ ପକ୍ଷରୁ ଇଂ ଲକ୍ଷ୍ମୀ ନାରାୟଣ ନାୟକ, ବି.ପ୍ରକାଶ ଚନ୍ଦ୍ର ପାତ୍ର, ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ଜେନା, କୈଳାଶ ଚନ୍ଦ୍ର ପ୍ରଧାନ , ଖଲି ପରିଡା, ରତ୍ନାକର ମହାରଣା ଓ ସୂର୍ଯ୍ୟ ନାରାୟଣ ପରିଡା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି କେ.କୃଷ୍ଣ ମୂର୍ତ୍ତି ଆଚାରୀ, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ସୁରେଶ ଚନ୍ଦ୍ର ସୁବୁଦ୍ଧି, କବି ଅନନ୍ତ କର ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗଦେଇଥିଲେ।

Leave A Reply

Your email address will not be published.